ଭୁବନେଶ୍ବର: ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲା । ପୋଲିସ ହାତରେ ଲାଗିଲା ଆଉ ଏକ ସୁରାଗ । ଅଭିଯୁକ୍ତ ଦୀପକ କୁମାର ରାଉତର ଦୁଇଟି ସରକାରୀ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ପାଇଁ ପୂର୍ବରୁ ପୋଲିସ ଚିଠି ଲେଖିଥିବାବେଳେ, ଏବେ ପୋଲିସ ହାତରେ ହଜାରେ ପୃଷ୍ଠାର ବ୍ୟାଙ୍କ ଟ୍ରାଞ୍ଜାକସନ ଲାଗିଛି ।
୨୦୧୮ ରୁ ୨୦୨୫ ମଧ୍ୟରେ ହୋଇଥିବା ବ୍ୟାଙ୍କ ଟ୍ରାଞ୍ଜାକସନର ତଥ୍ୟ ଏବେ ପୋଲିସ ହାତରେ ଲାଗିଛି I ୨୦୧୮ ବ୍ୟାଚରୁ କ୍ୟାରିୟର ଆରମ୍ଭ କରିଥିଲା ଅଭିଯୁକ୍ତ ଦୀପକ । ଶୁଭମିତ୍ରା ଏବଂ ଦୀପକଙ୍କ ମଧ୍ୟରେ ହୋଇଥିବା ୨୦ଲକ୍ଷ ଟଙ୍କା ନେଣଦେଣର ଖୋଳତାଡ ଆରମ୍ଭ କରିଚାଲିଛି ପୋଲିସ I
ଅଭିଯୁକ୍ତ ଦୀପକ ରାଉତ ଓ ଶୁଭମିତ୍ରାଙ୍କ ବିବାହ ପରେ ଦୀପକର ଆକାଉଣ୍ଟ ଉପରେ ଥିଲା ଶୁଭମିତ୍ରାଙ୍କ ଆଖି । ପ୍ରଥମ ପତ୍ନୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଇନସ୍ୟୁରାନ୍ସ ବାବଦକୁ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା ପାଇଥିଲା ଦୀପକ । ଶୁଭମିତ୍ରା ସେହି ଟଙ୍କାରୁ ୨୦ ଲକ୍ଷ ମାଗୁଥିଲେ ବୋଲି ଦୀପକ କହିଥିବାବେଳେ, ଓ୍ବାଟ୍ସଆପ୍ ଚାଟିଂରୁ ସ୍ପଷ୍ଟ ହୋଇଥିଲା ୨୦ଲକ୍ଷ ଟଙ୍କା ଶୁଭମିତ୍ରା ଦୀପକକୁ ଦେଇଥିଲା I
ତଦନ୍ତ ବେଳେ ଦୀପକ କହିଥିଲା ମୁଁ ୧୦ ଲକ୍ଷ ଟଙ୍କା ଶୁଭମିତ୍ରାଙ୍କୁ ଫେରାଇ ଦେଇଥିଲି I ତେବେ ଏହି ଘଟଣାର ଖୁବଶୀଘ୍ର ଚାର୍ଜସିଟ୍ କରି ଟ୍ରାଏଲ ପ୍ରକ୍ରିୟା ଆରମ୍ଭ ପାଇଁ ଫାଇନାନ୍ସସିଆଲ ଖୋଳତାଡ଼ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୋଲିସ ।
ସୂଚନାଯୋଗ୍ୟ, ୩୯ ବର୍ଷୀୟ ଦୀପକ ଜୁଲାଇ ୨୦୨୪ରେ ୨୫ ବର୍ଷୀୟ ମହିଳା କନଷ୍ଟେବଳଙ୍କ ସହ କୋର୍ଟ ମ୍ୟାରେଜ୍ କରିଥିଲେ । ସେପ୍ଟେମ୍ବର ୬ରେ ତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ପରେ ଟଙ୍କା ନେଣଦେଣକୁ ବଚସା ହୋଇଥିଲା । ପରେ ସେ ତାଙ୍କର ଗଳାକାଟି ହତ୍ୟା କରିଥିଲା । ସେ ତାଙ୍କ ଘରେ ଥିବା ବୁଟ୍ ସ୍ପେସରେ ମୃତଦେହ ପ୍ୟାକ୍ କରିଥିଲେ ଏବଂ ପରଦିନ ଅନ୍ୟ ଦୁଇଜଣ ସହଯୋଗୀଙ୍କ ସହାୟତାରେ ମୃତଦେହକୁ ପୋତିବା ପାଇଁ ୧୭୦ କିଲୋମିଟର ଗାଡ଼ି ଚଲାଇ କେନ୍ଦୁଝରର ଘଟଗାଁକୁ ଯାଇଥିଲେ । ମୃତଦେହକୁ ପୋତିଦେଇ ଘଟଗାଁରେ ତାରିଣୀ ମନ୍ଦିର ଦର୍ଶନ କରି ପୂଜା ପାଠ ସାରି ଦୀପକ ଫେରିଥିଲା ଓ ସେପ୍ଟେମ୍ବର ୮ ତାରିଖରେ ନିୟମିତ ଭାବରେ ଡ୍ୟୁଟି ଆସିଥିଲା ।
Comments are closed.