Latest Odisha News

ଭାରତର ଷ୍ଟାର ଖେଳାଳି ଅମ୍ପାୟରିଂ ବେଳେ ଅନାବଶ୍ୟକ ଚାପ ପକାଇଥାନ୍ତି: ନୀତିନ ମେନନ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ହାରିବା ପରେ ଭାରତୀୟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଭାରତୀୟ ଖେଳାଳିମାନେ ଫିଲ୍ଡରେ ଆକ୍ରମଣାତ୍ମକ ଶୈଳୀ ବଜାୟ ରଖିବା ପାଇଁ ପଡିଆରେ ଅମ୍ପାୟରଙ୍କ ଉପରେ ଚାପ ପକାଇଥାନ୍ତି । ଆଇସିସି ଏଲିଟ ପ୍ୟାନେଲ ସଦସ୍ୟ ତଥା ଭାରତର ଅମ୍ପାୟର ନୀତିନ ମେନନ ଏହା କହିଛନ୍ତି । ବିଶେଷ କରି ଷ୍ଟାର ଖେଳାଳମାନେ ୫୦ ପ୍ରତିଶତ ସମ୍ଭାବନାକୁ ନିଜ ସପକ୍ଷରେ ନେବା ପାଇଁ ଚାପ ପକାଇଥାନ୍ତି ।

ଅବଶ୍ୟ ଜଣେ ସିନିୟର ଅମ୍ପାୟର ଏଥି ପ୍ରତି ଗୁରୁତ୍ୱ ଦେଇ ନ ଥାଏ ବୋଲି ସେ କହିଛନ୍ତି । ନୀତିନଙ୍କ ଅମ୍ପାୟରିଂ ଶୈଳୀକୁ ସମସ୍ତେ ପସନ୍ଦ କରିଥାନ୍ତି । ଏବେ ସେ ଆଶେସ ଶୃଙ୍ଖଳାର ଅଂଶ ବିଶେଷ ମଧ୍ୟ ହୋଇଛନ୍ତି । ୨୦୨୦ ଜୁନରୁ ସେ ୧୫ ଟେଷ୍ଟ, ୨୦ଟି୨୦ ଓ ୨୪ ଏକଦିବସୀୟ ମ୍ୟାଚରେ ଅମ୍ପାୟରିଂ କରି ସାରିଛନ୍ତି ।

Leave A Reply

Your email address will not be published.