ପାରାଦୀପ: ବିଭିନ୍ନ ସମୟରେ ସରକାରୀ ହେଉ କିମ୍ବା ବେସରକାରୀ ଚିକିତ୍ସାଳୟରେ ତ୍ରୁଟି ଦେଖିବାକୁ ମିଳିଥାଏ । ତ୍ରୁଟିପୂର୍ଣ୍ଣ ରିପୋର୍ଟ ଏବଂ ଚିକିତ୍ସା ରେ ରୋଗୀର ମୃତ୍ୟୁ ହେଉ କିମ୍ବା ବିକଳାଙ୍ଗ ଭଳି ଅନେକ ଘଟଣା ଦେଖିବାକୁ ମିଳୁଛି l ଏହିଭଳି ଘଟଣାରେ ଆବେଦନର ରାୟ ଶୁଣାଇଛନ୍ତି ଜଗତସିଂହପୁର ଜିଲ୍ଲା କଞ୍ଜୁମର କୋର୍ଟ l ଅଭିଯୋଗ ହୋଇଥିବା ବେସରକାରୀ ହସ୍ପିଟାଲ କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବା ସହିତ ତ୍ରୁଟିପୂର୍ଣ୍ଣ ଅଲଟ୍ରାସାଉଣ୍ଡ ରିପୋର୍ଟକୁ ନେଇ ବିକଳାଙ୍ଗ ଶିଶୁକୁ ନ୍ୟାୟ ପ୍ରଦାନ କରିଛନ୍ତି କଞ୍ଜୁମର କୋର୍ଟ l
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କୋଲର ଗ୍ରାମର ମନୋରଞ୍ଜନ ଚୁଳି ନିଜର ପ୍ରଥମ ଗର୍ଭସ୍ଥ ପିଲାର ଚିକିତ୍ସା ପାଇଁ ରାହାମା ବଜାରରେ ରହିଥିବା ଏଲ ଆଣ୍ଡ ପି ହସ୍ପିଟାଲରେ ପତ୍ନୀଙ୍କ ଅଲଟ୍ରାସାଉଣ୍ଡ କରାଇଥିଲେ l ଏଲ ଆଣ୍ଡ ପି ହସ୍ପିଟାଲ ଡାକ୍ତର ପ୍ରତାପ ଦାସ ପିଲାଟି ସମ୍ପୂର୍ଣ ଭାବରେ ସୁସ୍ଥ ରହିଥିବା ନେଇ ରିପୋର୍ଟ ପ୍ରଦାନ କରିଥିଲେ l ଯାହାକୁ ନେଇ ତିନିଥରର ରିପୋର୍ଟ ରେ ମଧ୍ୟ ସମାନ ଭାବରେ ପିଲାଟି ଶାରୀରିକ ଗଠନ ସହିତ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଦର୍ଶାଇ ଥିଲେ l ତେବେ ପିଲାଟି ବିକଳାଙ୍ଗ ଭାବରେ ଜନ୍ମ ହେବା ସହିତ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ନ ଥିବା ଦେଖିବାକୁ ମିଳିଥିଲା l ତେବେ ଏଲ ଆଣ୍ଡ ପି ହସ୍ପିଟାଲର ଡାକ୍ତର ପ୍ରତାପ ଦାସଙ୍କୁ ପଚାରିବାରୁ ଓଲଟା ଗାଳିଗୁଲଜ କରିଥିଲେ l
ଏନେଇ ମନୋରଞ୍ଜନ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା କରିବା ସହିତ କଞ୍ଜୁମର କୋର୍ଟର ଦ୍ୱାରସ୍ଥ ହୋଇଥିଲେ l କଞ୍ଜୁମର କୋର୍ଟରେ କରିଥିବା ଅଭିଯୋଗର ୧୪ ମାସ ପରେ ରାୟ ଶୁଣାଇଥିଲା କୋର୍ଟ l ଏଲ ଆଣ୍ଡ ପି ହସ୍ପିଟାଲକୁ ଭୁଲ ରିପୋର୍ଟ ଆଧାର ରେ ଜନ୍ମ ହୋଇଥିବା ବିକଳାଙ୍ଗ ପିଲାଟିର ଭବିଷ୍ୟତ ପାଇଁ ୧୦ ଲକ୍ଷ ଟଙ୍କା, ପରିବାରକୁ ମାନସିକ ଆଘାତ ଦେଇଥିବା ରୁ ୫୦ ହଜାର ଟଙ୍କା ଓ ଅଭିଯୋଗରେ କୋର୍ଟ କଚେରୀ ଖର୍ଚ୍ଚ ବାବଦରେ ୪ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲା କଞ୍ଜୁମର କୋର୍ଟ l ଏଥିସହ ଅର୍ଥକୁ ଏଲ ଆଣ୍ଡ ପି ହସ୍ପିଟାଲ ପକ୍ଷରୁ ୪୫ ଦିନ ମଧ୍ୟରେ ସମସ୍ତ ଅର୍ଥରାଶି ଡିପୋଜିଟ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତିl
କଞ୍ଜୁମର କୋର୍ଟର ଏହି ଐତିହାସିକ ରାୟକୁ ନେଇ ଜିଲ୍ଲା ର ଆଇନଜୀବୀ ମହଲରେ ଆନନ୍ଦ ର ଲହରୀ ଖେଳିଯାଇଛି । ଏହାର ସମସ୍ତ ଶ୍ରେୟ ଦେଇଛନ୍ତି ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କୁ l
Comments are closed.