Latest Odisha News

BREAKING NEWS

ଆଉ ଅଳ୍ପ ସମୟ ପରେ ଭାରତ-ପାକ ମ୍ୟାଚ: ମେଘୁଆ ପାଗ, ବର୍ଷା ଆଶଙ୍କା କମିଲା

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପର ସବୁଠାରୁ ହାଇ ଭୋଲେଟେଜ ମୁକାବିଲା ଦେଖିବା ପାଇଁ ଇନ୍ଦ୍ର ଦେବତା ବି ବୋଧ ହୁଏ ଚାହୁଁଛନ୍ତି । ଗତ କାଲି ୯୦ ପ୍ରତିଶତ ବର୍ଷା ଆଶଙ୍କା ଥିବା ବେଳେ ଆଜି ଏହା ୧୫ ପ୍ରତିଶତ ଖସି ଆସିଛି । ପାଗ ମେଘୁଆ ଥିଲେ ମଧ୍ୟ ମ୍ୟାଚ ହେବା ସମ୍ଭାବନା ବୃଦ୍ଧି ପାଇଛି । ୧ ଲକ୍ଷ ଦର୍ଶକ ଷ୍ଟାଡିୟମରେ ଏବଂ ୩୦ କୋଟି ପ୍ରଶଂସକ ଟିଭି ଏବଂ ଡିଜିଟାଲ ପ୍ଲାଟଫର୍ମରେ ଏହାକୁ ଉପଭୋଗ କରିବେ । ୩୭ ବର୍ଷ ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ମେଲବୋର୍ଣ୍ଣରେ ପରସ୍ପରକୁ ଭେଟିବେ ।

ଶେଷ ଥର ୧୯୮୫ରେ ବେନ୍ସନ ଆଣ୍ଡ ହେଜେସେ ବିଶ୍ୱ ଚାମ୍ପିୟନଶିପରେ ଉଭୟ ଦେଶ ମଧ୍ୟରେ ମୁକାବିଲା ହୋଇଥିଲା । ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ନିକଟରେ ଖେଳା ଯାଇଥିବା ୫ଟି ମ୍ୟାଚରେ ପଛରେ ବ୍ୟାଟିଂ କରିଥିବା ଦଳ ବିଜୟ ହାସଲ କରିଛି । ଟି୨୦ ବିଶ୍ୱକପରେ ଭାରତର ପଲା ଭାରି ରହିଛି ।

ଉଭୟ ଦେଶ ମଧ୍ୟରେ ୬ଥର ମ୍ୟାଚ ହୋଇଛି । ଭାରତ ୫ଥର ବିଜୟ ହାସଲ କରିଛି । ଗତ ବର୍ଷ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପରେ ପରାଜିତ ହୋଇଥିଲା । ଟି୨୦ରେ ଓଭରାଲ ଉଭୟଙ୍କ ମଧ୍ୟରେ ୧୧ ମ୍ୟାଚ ଖେଳାଯାଇଛି । ଭାରତ ୭ରେ ଏବଂ ପାକିସ୍ତାନ ୩ରେ ବିଜୟୀ ହୋଇଛନ୍ତି । ଗୋଟିଏ ମ୍ୟାଚ ଫଳାଫଳ ବିହୀନ ରହିଛି । ସେହିପରି ଟି୨୦ରେ ଅଷ୍ଟ୍ରେଲିଆରେ ଭାରତର ପ୍ରଦର୍ଶନ ଭଲ ରହିଛି । ଭାରତ ୧୨ ମ୍ୟାଚରେ ୭ରେ ବିଜୟୀ ଓ ୪ରେ ପରାଜିତ ହୋଇଛି ।

Leave A Reply

Your email address will not be published.