Latest Odisha News

BREAKING NEWS

ଶସ୍ତା ହେବ ଖାଇବା ତେଲ, ଆମଦାନୀ ଶୁଳ୍କ କମାଇଲେ ସରକାର

ନୂଆଦିଲ୍ଲୀ: ଖାଇବା ତେଲ ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ କମାଇଛନ୍ତି । ଫଳରେ ଆଗାମୀ ଦିନରେ ଖାଇବା ତେଲ ଦର ହ୍ରାସ ପାଇବ । ରିଫାଇନଡ୍ ସୋୟାବିନ୍ ଓ ରିଫାଇନଡ୍ ସନଫ୍ଲାୱାର ଉପରେ ସରକାର ପୂର୍ବରୁ ୧୭.୫ ପ୍ରତିଶତ ଆମଦାନୀ ଶୁଳ୍କ ନେଉଥିଲେ ଯାହାକି ୧୨.୫ ପ୍ରତିଶତକୁ ଖସି ଆସିଛି ।

ଖାଇବା ତେଲ ଉପରେ ହ୍ରାସ ପାଇଥିବା ଆମଦାନୀ ଶୁଳ୍କ ୨୦୨୪ ମାର୍ଚ୍ଚ ୩୧ ଯାଏ ବଳବତ୍ତର ରହିବ । ଘରୋଇ ବଜାରରେ ଖାଇବା ତୈଳଦର କମାଇବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ବର୍ଷେରୁ ଅଧିକ ସମୟ ହେବ ଦେଶରେ ଖାଇବା ତୈଳ ଦର ଅନେକାଂଶରେ ବୃଦ୍ଧି ପାଇଛି ।

ଏବେ ସରକାର ରିଫାଇନଡ୍ ସୋୟାବିନ୍ ଓ ରିଫାଇନଡ୍ ସନଫ୍ଲାୱାର ଉପରେ ଆମଦାନୀ ଶୁଳ୍କ ୫ ପ୍ରତିଶତ ହ୍ରାସ କରିଛନ୍ତି । ଆଜି ଠାରୁ ଆମଦାନୀ ଶୁଳ୍କ ହ୍ରାସ ପାଇଥିବା ବେଳେ ଖୁବଶୀଘ୍ର ବଜାରରେ ଖାଇବା ତେଲ ଦର କମିବ ।

Leave A Reply

Your email address will not be published.