Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିଟ୍ ୟୁଜି ପରୀକ୍ଷାର ୩ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ୟୁଜି ପରୀକ୍ଷାରେ ଓଡ଼ିଶାରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରୁଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୩ଜଣ ବିଦ୍ୟାର୍ଥୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।

ସର୍ବଭାରତୀୟସ୍ତରରେ ଅଷ୍ଟମ ରାଙ୍କରେ ରହିବା ସହ ଓଡ଼ିଶା ଟପ୍ପର୍‌ ହୋଇଥିବା ଛାତ୍ର ସ୍ବୟଂଶକ୍ତି ତ୍ରିପାଠୀ, ୩୫ତମ ସ୍ଥାନରେ ଥିବା ତଥା ଓଡ଼ିଶାରେ ଦ୍ବିତୀୟ ହୋଇଥିବା ସୂର୍ଯ୍ୟପ୍ରତାପ ମିଶ୍ର ଓ ୬୩ତମ ସ୍ଥାନରେ ରହିବା ସହ ଓଡ଼ିଶାର ତୃତୀୟ ସ୍ଥାନ ଅଧିକାର କରିଥିବା ଅଭିପ୍ସା ଚୌଧୁରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଏହି ସାକ୍ଷାତ ସମୟରେ ସାଇ ଇଣ୍ଟରନ୍ୟାସନାଲର ଚେୟାରପର୍ସନ ଡ. ଶିଳ୍ପୀ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.