ଭଦ୍ରକ: ଜିଲ୍ଲାରେ ସିରିଜ୍ ଦୁର୍ଘଟଣା। ଏକ କଣ୍ଟେନରଟି ତୀର୍ଥଯାତ୍ରୀଙ୍କ ବସକୁ ପ୍ରଥମେ ଧକ୍କା ଦେବା ପରେ ପୁଣି କଣ୍ଟେନରଟି ପିଟିଛି। ଦୁର୍ଘଟଣାରେ ବସ୍ରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଟାଟାରୁ ପୁରୀ ଯାଉଥିଲା ତୀର୍ଥଯାତ୍ରୀ ବସ୍। ରାସ୍ତାରେ ଟାୟାର୍ ବଦଳାଇବାକୁ ରହିଥିବା ବେଳେ ବସ୍କୁ ପଛରୁ ପିଟିଲା କଣ୍ଟେନର୍।
ଭଦ୍ରକ ଜିଲ୍ଲା ୧୬ ନମ୍ୱର୍ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ଏକ ତୀର୍ଥଯାତ୍ରୀ ବସ୍ ଟାଟାରୁ ପୁରୀ ଯାଉଥିଲା। ଉକ୍ତ ତୀର୍ଥଯାତ୍ରୀ ବସ୍ଟି ଛତାବର ନିକଟରେ ଟାୟାର୍ ବଦଳାଇବା ପାଇଁ ରହିଥିଲା। ଏହି ସମୟରେ ଘଟିଗଲା ଦୁର୍ଘଟଣା। ତୀର୍ଥଯାତ୍ରୀ ବସ୍କୁ ପଛପଟୁ ଏକ କଣ୍ଟେନର ଦୃତ ଗତିରେ ଆସି ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି। ସେଠାରେ ପହଞ୍ଚି ସମସ୍ତ ଆହତଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି ଭଣ୍ଡାରିପୋଖରୀ ପୋଲିସ। ଏହା ସହ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛି ପୋଲିସ।
Comments are closed.