Latest Odisha News

BREAKING NEWS

ଏମାନଙ୍କ ଉପରେ ଶୀଘ୍ର ପଡିଥାଏ ଖରାପ ଶକ୍ତିର ପ୍ରଭାବ..

ଭୁବନେଶ୍ବର: କିଛି ଜଣଙ୍କ ଉପରେ ଶୀଘ୍ର ଖରାପ ଶକ୍ତିର ପ୍ରଭାବ ପଡିଥାଏ । ପରେ ଏହାର ପ୍ରଭାବ ବହୁତ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଦୁଷ୍ଟଆତ୍ମାର ପ୍ରଭାବ କାହା ଉପରେ ଅଧିକ ପଡେ ଓ କେତେବେଳେ ..

– ଆପଣ ଘରକୁ ଖାଲି ଛାଡି ବାହାରକୁ ଯାଉଛନ୍ତି ,ସେତେବେଳେ ଭୁଲରେ ସଂପୂର୍ଣ୍ଣ ଘରକୁ ଅନ୍ଧାର କରନ୍ତୁ ନାହିଁ। କାରଣ ଅନ୍ଧାର ଖରାପ ଶକ୍ତି ଏବଂ ଦୁଷ୍ଟଆତ୍ମାଙ୍କ ବାସସ୍ଥାନରେ ପରିଣତ ହୋଇଥାଏ। ଘରେ କୌଣସି ଏକ ଲାଇଟ୍ ଜାଳିକି ଘର ବାହାରକୁ ଯାଆନ୍ତୁ ।

-ବାସ୍ତୁଶସ୍ତ୍ର ଅନୁଯାୟୀ କେବେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ରାତି ସମୟରେ କଳାରଙ୍ଗର ପୋଷାକ ପିନ୍ଧି ବାହାରକୁ ଯିବା ଠିକ୍ ନୁହେଁ । ଯଦି ଏପରି କରନ୍ତି ତେବେ ତାଙ୍କ ପଛରେ ଦୁଷ୍ଟଆତ୍ମ ପଡିଥାନ୍ତି ।

– ଯଦି ଆପଣ କୌଣସି ବ୍ଯକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଯାଇଛନ୍ତି, ତେବେ ସେହି ସମୟରେ କେବେ ବି ଭୁଲରେ ପଛକୁ ବୁଲିକି ଚାହାଁନ୍ତୁ ନାହିଁ। କୁହାଯାଏ ଯେ ସେଠାରେ ଥିବା ଦୁଷ୍ଟଆତ୍ମା ସେହି ବ୍ଯକ୍ତିଙ୍କ ପଛେ ପଛେ ଆସିଥାଏ ।

– କୁହାଯାଏ ଯେ ରୋଗଗସ୍ତ ବ୍ଯକ୍ତିଙ୍କ ଉପରେ ଖରାପ ଶକ୍ତି ପ୍ରଭାବ ଶୀଘ୍ର ପଡେ । ତେଣୁ ଏପରି ବ୍ୟକ୍ତିମାନେ ସବୁବେଳେ ନିଜର ଆତ୍ମବିଶ୍ବାସକୁ ମଜବୁତ ରଖିବା ଉଚିତ୍ ।

 

Comments are closed.