ସମ୍ବଲପୁର : ସମ୍ବଲପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଅଘଟଣରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମ୍ବଲପୁର ସଦର ଥାନା ଅନ୍ତର୍ଗତ କୁଦପାଲି ନିକଟରେ ଆଜି ସନ୍ଧ୍ୟାରେ ଏକ ପିକ୍ଭ୍ୟାନ୍କୁ ଏକ କଣ୍ଟେନର ପଛରୁ ଧକ୍କା ଦେବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ପିକ୍ଅପ୍ ଭ୍ୟାନନରେ ମୋଟ ୯ ଜଣ ଶ୍ରମିକ ଥିଲେ। ସେମାନେ ରେଲୱେରେ ଶ୍ରମିକ ଭାବେ କାମ କରୁଥିଲେ।
ସୂଚନା ଅନୁଯାୟୀ, ଏହି ୯ ଜଣ ଶ୍ରମିକ ଏକ ପିକ୍ଅପ୍ ଭ୍ୟାନରେ ସିନ୍ଦୁରପଙ୍କ ବଜାରକୁ ଯାଇଥିଲେ। ସେଠାରେ କିଣାକିଣି ସାରି ଫେରୁଥିବା ବେଳେ ଏକ କଣ୍ଟେନର ପିକ୍ଅପ୍ ଭ୍ୟାନଟିକୁ ପଛରୁ ଧକ୍କା ଦେବାରୁ ଏଥିରେ ମୋଟ ୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରଇଥିଲେ। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବାର ଜାଣିବାକୁ ମିଳିଛି।
Comments are closed.