Latest Odisha News

BREAKING NEWS

ଆଇଓସିଏଲ ଠିକାଦାରଙ୍କ ଆନ୍ଦୋଳନ; ବକେୟା ଟଙ୍କା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

ପାରାଦ୍ବୀପ: ଦିର୍ଘ ୨ ବର୍ଷ ହେବ ସବ୍ କଣ୍ଟ୍ରାକ୍ଟର ଙ୍କ ୧୨ କୋଟି ରୁ ଊର୍ଦ୍ଧ୍ବ ଟଙ୍କା ଦେଉନାହିଁ ଆଇଓସିଏଲ। ବାରମ୍ବାର ଅଭିଯୋଗ କରିବା ପରେ ଏବେ ଧାରଣାରେ ବସିଛନ୍ତି ୪୨ ଜଣ ସବ କଣ୍ଟ୍ରାକ୍ଟର ।ବର୍ଷା ସତ୍ତ୍ବେ ୪୨ କଣ୍ଟ୍ରାକ୍ଟର ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି।

୨୦୧୭ ମସିହାରେ ଆଇଓସିଏଲ ରୁ ପୁଞ୍ଜିଲୋଏଡ ଠିକାସସ୍ଥା ଏକ କାମର ଟେଣ୍ଡର ପାଇଥିଲା। ଏବଂ ଏହି କାମକୁ ସ୍ଥାନୀୟ କିଛି ଠିକାଦାରଙ୍କ ଦ୍ବାରା କରାଉଥିଲା। ମାତ୍ର ଟଙ୍କା ପୈଠ କରିବାରେ ପୁଞ୍ଜିଲୋଏଡ ଠିକାସସ୍ଥା ବିଫଳ ହୋଇଥିଲା।

ଯାହାକୁ ନେଇ ଆଇଓସିଏଲ ଏହି ସବ୍ କଣ୍ଟ୍ରାକ୍ଟର ଙ୍କୁ ନିଜେ ବିଲ୍ ଦେଉଥିଲା। ଏବେ କାମ ସରିବା ପରେ ଆଇଓସିଏଲ ଏମାନଙ୍କ ୧୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫାଙ୍କିବାରେ ଲାଗିଛି। ଗତ ଦୁଇବର୍ଷ ହେଲା ଏହି ୪୨ ସବ୍ କଣ୍ଟ୍ରାକ୍ଟର ଆଇଓସିଏଲ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଆଜି ଠାରୁ ଏହି ସବ୍ କଣ୍ଟ୍ରାକ୍ଟର ମାନେ ଆଇଓସିଏଲ ଗେଟ୍ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି।

ଯଦି ତୁରନ୍ତ ସେମାନଙ୍କ ବକେୟା ଅର୍ଥ ପ୍ରଦାନ କରାନଯାଏ ତେବେ ଆଇଓସିଏଲ କୁ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.