Latest Odisha News

ବଲିଉଡରେ ଡେବ୍ୟୁ କଲେ ସୁସ୍ମିତା ସେନ୍‌ଙ୍କ ଝିଅ !

ମୁମ୍ବାଇ: ନେପୋଟିଜିମ୍‌ର ଝଡ ମଧ୍ୟରେ ଆଉ ଜଣେ ଷ୍ଟାର୍‌କିଡ୍ ବଲିଉଡରେ ଡେବ୍ୟୁ କରିଛନ୍ତି । ସୁସ୍ମିତା ସେନଙ୍କ ଝିଅ ରିନି କବୀର ଖୁରାନାଙ୍କ ଫିଲ୍ମ ସୁଟ୍ଟାବାଜିରେ ଅଭିନୟ କରିବେ । ଏହି ଡ୍ରାମାଟିକ୍ ଫିଲ୍ମରେ ରିନିଙ୍କୁ ଜଣେ ବେଲଗାମ୍ ଝିଅ ଭୂମିକାରେ ଦେଖିବାକୁ ମିଳିବ ।

ଫିଲ୍ମରେ କୋମଲ ଛାବରିଆ ଓ ରାହୁଲ ବୋହରା ତାଙ୍କ ପିତାମାତାଙ୍କ ଭୂମିକାରେ ଦେଖାଦେବେ । ଅନେକ ହୁଏତ ଜାଣିନଥିବେ ଯେ, ୨୦୦୦ମସିହାରେ ସୁସ୍ମିତା ରିନିଙ୍କୁ ପୋଷ୍ୟ କନ୍ୟାସନ୍ତାନ ଭାବେ ଗ୍ରହଣ କରିଥିଲେ । ପରେ ୨୦୧୦ରେ ଆଲିଶାଙ୍କୁ ବି ସୁସ୍ମିତା ଆଡପ୍ଟ କରିଥିଲେ ।

ପୋଷ୍ୟ କନ୍ୟାସନ୍ତାନ ଗ୍ରହଣ କରିବା ନେଇ ଅନେକ ଲୋକ ସୁସ୍ମିତାଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ । ହେଲେ କାହାରି କଥାକୁ ଭ୍ରୁକ୍ଷେପ ନକରି ଦୁଇ ଝିଅଙ୍କୁ ସୁସ୍ମିତା ବେଶ ଆଦରର ସହ ଲାଳନପାଳନ କରିଆସିଛନ୍ତି । ଆଗାମୀ ଦିନରେ ରିନି ବଡ ପରଦାରେ ନଜର ଆସିବେ । ହେଲେ ଦର୍ଶକଙ୍କୁ ସେ କେତେଦୂର ଇମ୍ପ୍ରେସ୍ କରିପାରିବେ, ତାହା ସମୟ କହିବ ।

Leave A Reply

Your email address will not be published.