Latest Odisha News

BREAKING NEWS

ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ, ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତ ପାଇଥିବା ଶିକ୍ଷକ ନିୟମିତ ହେବେ । ଏନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ରାଜ୍ୟରେ ୧୮ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପକୃତ ହେବେ ।

Contractual Teacher To Regularize, Mass Education Issued Notification

ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବାକୁ ବହୁ ଦିନରୁ ଦାବି ହୋଇ ଆସୁଥିଲା । ଦୀର୍ଘ ୧୩ ଦିନ ହେଲା ନିୟମିତ କରିବା ଦାବି ନେଇ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଲୋୟର ପିଏମଜିରେ ଧାରଣା ଦେଇଥିଲା । ବିଜ୍ଞପ୍ତି ପ୍ରକାଶ ପରେ ସଂଘ ଧାରଣାକୁ ସ୍ଥଗିତ ରଖିଛି ।

Leave A Reply

Your email address will not be published.