Latest Odisha News

BREAKING NEWS

ରାଜମୌଲୀଙ୍କ ଆଗାମୀ ଫିଲ୍ମରେ ମହେଶ ବାବୁଙ୍କ ଭୂମିକା ଭଗବାନ ହନୁମାନଙ୍କ ଉପରେ ପ୍ରେରିତ

ମାଡ୍ରାସ: ବାହୁବଳୀ ଓ ଆରଆରଆର ପରି ସଫଳ ଫିଲ୍ମ ଦେଇ ଏସଏସ ରାଜମୌଲୀ ନିଜର ଏକ ସ୍ୱତନ୍ତ୍ର ପରିଚୟ ଦେଶ ଓ ବିଦେଶରେ ସୃଷ୍ଟି କରି ପରିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ରହୁଛି । ଏବେ ସେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ନେଇ ଏକ ଫିଲ୍ମ କରୁଛନ୍ତି । ଏହା ଜଙ୍ଗଲର ରୋମାଂଚ ଉପରେ ଆଧାରିତ । ମହେଶ ବାବୁଙ୍କ ଭୂମିକା ବଜରଙ୍ଗବାଲୀ ହନୁମାନ ଉପରେ ପ୍ରେରିତ । ଏହାର ସ୍କ୍ରିପ୍ଟିଂ ଉପରେ ଏବେ କାର୍ଯ୍ୟ ଚାଲିଛି । ଫିଲ୍ମର ଟାଇଟଲ ଦିଆଯାଇ ନାହିଁ । ଏବେ ଏହାର ନାମ ଏସଏସଏମବି୨୯ ରଖାଯାଇଛି । ୨୦୨୫ରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି ।

ଏହାର କାହାଣୀକୁ ସମ୍ପୂର୍ଣ୍ଣ ଭାବେ ବାସ୍ତବ ରୂପ ଦେବା ପାଇଁ ଉଦ୍ୟମ କରାଯାଇଛି । କାଳ୍ପନିକ ହେଲେ ମଧ୍ୟ ଦର୍ଶକଙ୍କୁ ଏହା ଯେପରି ବାସ୍ତବ ପରି ଲାଗିବ ସେଥିପାଇଁ ରାଜମୌଲୀ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି । ଏପରିକି ଫିଲ୍ମର ଶୁଟିଂ ଆଫ୍ରିକା ଓ ଆମାଜନ ଜଙ୍ଗଲରେ କରାଯିବ । ରାଜମୌଲିଙ୍କ ଫିଲ୍ମ ନିର୍ମାଣ ଶୈଳୀ ଉପରେ ଷ୍ଟିଭେନ ସ୍ପିଲବର୍ଗ ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.