Latest Odisha News

BREAKING NEWS

ରେଲୱେ ରନିଙ୍ଗ ରୁମ କର୍ମଚାରୀ ମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ପାରାଦୀପ : ଠିକା ସଂସ୍ଥାର ମନମାନିରେ ଅସନ୍ତୁଷ୍ଟ ହୋଇ ରେଲୱେ ରନିଙ୍ଗ ରୁମରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି l ରେଲୱେ ରନିଙ୍ଗ ରୁମରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀ ମାନେ ଦୀର୍ଘ ୧୭ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି l ପୂର୍ବରୁ କାର୍ଯ୍ୟ କରୁଥିବା ସଂସ୍ଥା ଶ୍ରମିକ ମାନଙ୍କୁ ଯଥା ସମୟ ରେ ପେମେଣ୍ଟ ଦେବା ଏବଂ ଇଏସଆଇ, ଇପିଏଫ ଭରିବା ସହିତ ଶ୍ରମିକ ମାନେ ସମସ୍ତ ସୁବିଧା ପାଉଥିଲେ l

ତେବେ ଗତ ୧୪ ମାସ ହେବ ଅନ୍ୟ ଏକ ସଂସ୍ଥା ତୁଳସୀ ଏଣ୍ଟରପ୍ରାଇଜେସ ଦାୟିତ୍ୱ ନେବାପରେ କର୍ମଚାରୀ ମାନଙ୍କୁ ଠିକ ସମୟରେ ଦରମା ଦେବାରେ ଅବହେଳା କରିବା ସହ ଶ୍ରମିକ ମାନଙ୍କ ଇଏସଆଇ, ଇପିଏଫ ଭରଣା ନ କରିବା ଏବଂ ବିନା କାରଣରେ ୭ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି  । ଏନେଇ ପାରାଦୀପ ରେଲୱେ ରନିଙ୍ଗ ରୁମ ସମ୍ମୁଖରେ ୫୦ ରୁ ଊର୍ଦ୍ଧ୍ବ କର୍ମଚାରୀ ମାନେ ଧାରଣା ରେ ବସିଛନ୍ତି l

ଯେ ପର୍ଯ୍ୟନ୍ତ ଛଟେଇ ହୋଇଥିବା ୭ ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତ କରାଯାଇନାହିଁ ଏବଂ ପୂର୍ବରୁ ରନିଙ୍ଗ ରୁମରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ସହ ବନ୍ଧିତ ଶ୍ରମିକ ସଂଗଠନ ସହିତ ହୋଇଥିବା ଚୁକ୍ତିକୁ ଠିକା ସଂସ୍ଥା କାର୍ଯ୍ୟକାରୀ ନ କରିଛି ସେ ପର୍ଯ୍ୟନ୍ତ କର୍ମଚାରୀ ମାନେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି l

Leave A Reply

Your email address will not be published.