Latest Odisha News

BREAKING NEWS

କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଲ୍ଲିକାର୍ଜୁନ୍ ଖଡ଼଼ଗେ, ଥରୁରଙ୍କୁ ମିଳିଲା ମାତ୍ର ହଜାରେ ଭୋଟ୍

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ୍ ଖଡ଼ଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ୧୭ ତାରିଖରେ ହୋଇଥିବା ମତଦାନରେ ବାଜି ମାରିଛନ୍ତି ଖଡ଼ଗେ । ତାଙ୍କୁ ୭ ହଜାର ୮୯୭ ଭୋଟ୍ ମିଳିଥିବା ବେଳେ ଶଶୀ ଥରୁରଙ୍କୁ ମିଳିଛି ପ୍ରାୟ ୧ ହଜାର ୭୨ ଭୋଟ୍ । ୪୧୬ଟି ଭୋଟ୍ ନାକଚ୍ ହୋଇଥିବା ଜଣାପଡ଼ିଛି ।

ମଲ୍ଲିକାର୍ଜୁନ୍ ଖଡ଼ଗେ ବିଜୟୀ ହେବା ପରେ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଶଶୀ ଥରୁର୍ ଶୁଭେଚ୍ଛା ଜଣାଇଛନ୍ତି । ଖଡ଼ଗେଙ୍କୁ ଶୁଭକାମନା ଜଣାଇ କହିଛନ୍ତି, ଆଜିଠୁ ଆମ ଦଳର ନବୀକରଣ ପ୍ରକୃତରେ ଆରମ୍ଭ ହେଲା ।

୧୭ ତାରିଖରେ ହୋଇଥିବା ଭୋଟରେ ୯୩୮୫ ଜଣ କଂଗ୍ରେସ ନେତା ମତଦାନ କରିଥିଲେ । ପ୍ରାୟ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କଂଗ୍ରେସକୁ ଅଧ୍ୟକ୍ଷ ମିଳିଛି । ଏହା ପୂର୍ବରୁ ସୀତାରାମ କେଶରୀ ଗାନ୍ଧୀ ପରିବାର ବାହାରୁ ଦଳର ଅଧ୍ୟକ୍ଷ ରହିଥିଲେ ।

Leave A Reply

Your email address will not be published.