Latest Odisha News

BREAKING NEWS

ହୋଲ୍ଡିଂ ଟ୍ୟାକ୍ସ ରଫାଦଫା ପାଇଁ ଲାଞ୍ଚ ନେବାବେଳେ ବନ୍ଧାହେଲେ ଟ୍ୟାକ୍ସ କଲେକ୍ଟର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଜଗାଙ୍ଗପୁର ମ୍ୟୁନିସିପାଲିଟି ଟ୍ୟାକ୍ସ କଲେକ୍ଟର । ଲାଞ୍ଚ ନେବା ବେଳେ ରାଜଗାଙ୍ଗପୁର ମ୍ୟୁନିସିପାଲିଟିର ଟ୍ୟାକ୍ସ କଲେକ୍ଟର ଏମଡି ନସିର୍ ଧରା ପଡ଼ିଛନ୍ତି । ତାଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ନେଇଥିବା ୧୩ ହଜାର ଟଙ୍କା ଜବତ କରିଛି ।

ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କ ଠାରୁ ଏମଡି ନସିର୍ ୧୩ ହଜାର ଟଙ୍କା ନେଉଥିଲେ । ବିଗତ ୩ ବର୍ଷର ହୋଲ୍ଡିଂ ଟ୍ୟାକ୍ସ ରେକର୍ଡ ଅପଡେଟ୍ ପାଇଁ ଲାଞ୍ଚ ନେଉଥିଲେ । ଅଭିଯୋଗକାରୀଙ୍କ ବାପାଙ୍କ ମୃତ୍ୟୁ ହୋଇଥିବାରୁ ନୂଆ ଫାଇଲ୍ ପାଇଁ ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି ।

ଭିଜିଲାନ୍ସ ଏମଡି ନସିରଙ୍କୁ ଗିରଫ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ୨ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି । ଏନେଇ ରାଉରକେଲା ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.