Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୧୨ ସେକେଣ୍ଡରେ ଧରାଶାୟୀ ହେଲା ଟ୍ୱିନ୍ ଟାୱାର, ଧୂଆଁମୟ ନୋଏଡା

ନୋଏଡ଼ା: ନୋଏଡ଼ାର ଟ୍ୱିନ୍ ଟାୱାର ମାଟିରେ ମିଶିଛି । ୩୦୦ କୋଟି ଟଙ୍କାରେ ନିର୍ମିତ ଟ୍ୱିନ୍ ଟାୱାରକୁ ୨୦ କୋଟି ଟଙ୍କା ଖର୍ଚ୍ଚରେ ବିସ୍ଫୋରଣ କରି ଭାଙ୍ଗି ଦିଆଯାଇଛି । ବଟମ୍ ଦବାଇବାର ୯ରୁ ୧୨ ସେକେଣ୍ଡ ମଧ୍ୟରେ ଟ୍ୱିନ୍ ଟାୱାର ମାଟିରେ ମିଶିଥିବା ବେଳେ ନୋଏଡା ଧୂଳି, ଧୂଆଁରେ ପରିପୂର୍ଣ୍ଣ ହୋଇ ଯାଇଛି ।

ଟ୍ୱିନ୍ ଟାୱାର ଧ୍ୱସ୍ତ ହେବା ସହ ଅନେକଙ୍କ ସ୍ୱପ୍ନ ଭାଙ୍ଗି ଯାଇଛି । ଟ୍ୱିନ୍ ଟାୱାର ସୁପରଟେକ୍ ବିଲ୍ଡର ସଂସ୍ଥାର ଡ୍ରିମ୍ ପ୍ରୋଜେକ୍ଟ ଥିଲା । ଏଥିରୁ ୩ରୁ ୫ ଟିକିଆ ବେଡ୍ ରୁମ୍ ଥିବା ଫ୍ଲାଟ୍ ନିର୍ମାଣ ହୋଇଥାନ୍ତା । ଉଭୟ ଟାୱାରକୁ ୪୦ ମହଲା କରିବାର ଯୋଜନା ଥିଲା । କିନ୍ତୁ କାମ ଅଧାରୁ ମାମଲା କୋର୍ଟକୁ ଯିବାରୁ ନିର୍ଣ ଉପରେ ରୋକ୍ ଲାଗିଥିଲା । ୩୨ ମହଲା ଟାୱାରରେ ୯୫୦ଟି ଫ୍ଲାଟ୍ ଥିଲା । ଯାହା ଏବେ ଧ୍ୱସ୍ତ ହୋଇ ଯାଇଛି ।

୨୦୦୬ ମସିହାରେ ଏହି ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା । ଏହା ନୋଏଡାର ସବୁଠୁ ଦାମୀ ପ୍ରକଳ୍ପ ଥିଲା । ସେହି ସମୟରେ ଏହା ଥିଲା ସବୁଠୁ ଉଚ୍ଚ ବିଲ୍ଡିଂ ପ୍ରକଳ୍ପ । ଘର କିଣିବା ଲାଗି ସୁପରଟେକ୍ ଭଳିକି ଭଳି ଅଫର୍ ମଧ୍ୟ ଦେଇଥିଲା । ସ୍ୱିମିଂ ପୁଲରୁ ନେଇ ମାର୍କେଟ୍, କ୍ଲବ ସବୁ ସୁବିଧା ସାମିଲ୍ ଥିଲା । ଏଭଳି ଲୋଭନୀୟ ଅଫର ପରେ ପ୍ରକଳ୍ପ ଆରମ୍ଭର କିଛିଦିନ ଭିତରେ ୭୧୧ ଜଣ ଫ୍ଲାଟ୍ସ ବୁକ୍ କରିଥିଲେ । ମାମଲା ସୁପ୍ରିମକୋର୍ଟ ଯିବା ପରେ କୋର୍ଟ ବିଲ୍ଡିଂ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.