ପୁରୀ:ବିଦେଶୀଙ୍କୁ ଜଗନ୍ନଥ ମନ୍ଦିର ଭିତରକୁ ପ୍ରବେଶ ଅନୁମତି କେତେଦୂର ଯଥାର୍ଥ ? ରାଜ୍ୟପାଳ ବିଦେଶୀଙ୍କ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମାଗିବା ପରେ ତେଜିଛି ଅସନ୍ତୋଷ । ରାଜ୍ୟପାଳଙ୍କର ଏପରି ନିବେଦନକୁ ତୀବ୍ର ବିରୋଧ କରିଛି ଜଗନ୍ନାଥ ସେନା । ପୁରୀରେ ଶ୍ରୀ ଜଗନ୍ନାଥ ସେନା ସଂଗଠନ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ଶଶୁର ଘର ସାମନାରେ ଜୋରଦାର୍ ବିରୋଧ ପ୍ରଦର୍ଶନ ସହ ଆନ୍ଦୋଳନ ବିକ୍ଷୋଭ ଓ ଗଣଧାରଣା ଦିଆ ଯାଇଥିଲା।
ଜଗନ୍ନାଥ ସେନାର ଆବାହାକ ପ୍ରିୟଦର୍ଶୀ ପଟ୍ଟନାୟକ ରାଜ୍ୟପାଳଙ୍କୁ ସମାଲୋଚନା କରି କରି କହିଛନ୍ତି, ସେ ଆମର ରାଜ୍ୟପାଳ, ଧର୍ମଗୁରୁ ନୁହଁନ୍ତି । ତେଣୁ ଧର୍ମ ଉପରେ ସେ ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ବିଦେଶୀ ଇସ୍କନ ଭକ୍ତମାନେ ମହାପ୍ରଭୁଙ୍କ ପରମ୍ପରାଙ୍କୁ ସମ୍ମାନ ଦେଉଥିବା ବେଳେ ଓ ଶ୍ରୀମନ୍ଦିରକୁ ପ୍ରବେଶ କରିଵା ପାଇଁ ଚାହୁଁ ନାହାନ୍ତି । ବରଂ ସେମାନଙ୍କ ପାଇଁ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମନ୍ଦିର ଛାଡି ରଥଯାତ୍ରାରେ ବାହାରକୁ ଆସୁଥିବାରୁ ସେମାନେ ଗର୍ବିତ। ମାତ୍ର ଆମ ଲୋକେ ସେମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କାହିଁକି ଓ କେଉଁ ସ୍ୱାର୍ଥ ରେ ବୋଲି ପ୍ରଶ୍ନ କରିଛନ୍ତି ?
ଏଠି କହିରଖିବୁ, ରାଜଧାନୀରେ ଓଡ଼ିଶା ଭିଜନ୍ ୨୦୩୬ ସମ୍ମିଳନୀକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ ନିବେଦନ କରିଛନ୍ତି, ବିଦେଶୀମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦେବା ପାଇଁ । ରାଜ୍ୟପାଳ କହିଛନ୍ତି, ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଗଜପତି ମହାରାଜ । ଆଉ ଶଙ୍କରାଚାର୍ଯ୍ୟ ହେଉଛନ୍ତି ଶ୍ରୀମନ୍ଦିରର ନୀତି ନିର୍ଦ୍ଧାରକ। ଏପରି ସ୍ଥିତିରେ ଯଦି ବିଦେଶୀ ନାଗରିକ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ଭେଟିପାରୁଛନ୍ତି ତାହାଲେ କାଳିଆ ଦର୍ଶନକୁ ଅନୁମତି ଦିଆଯାଉ ବୋଲି ନିବେଦନ କରିଛନ୍ତି।
ରାଜ୍ୟପାଳଙ୍କର ଏହି ମତକୁ କେହି କେହି ସମର୍ଥନ କରୁଥିବାବେଳେ ସେବାୟତଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ରାଜ୍ୟପାଳଙ୍କ ପ୍ରସ୍ତାବକୁ ବିରୋଧ କରୁଛନ୍ତି । କଂଗ୍ରେସ ନେତା ସୁର ରାଉତରାୟ ଏହାକୁ ବିରୋଧ କରି ଜଣେ ଜଗନ୍ନାଥଙ୍କ ପାଇକ ସେବାୟତ ଓ ଭକ୍ତ ଭାବରେ ଏପରି ନିବେଦନକୁ ସେ ଗ୍ରହଣ କରିପାରିବେ ନାହିଁ ବୋଲି କହିଛନ୍ତି ।
Comments are closed.