Latest Odisha News

BREAKING NEWS

ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ଝାରସୁଗୁଡାରେ ଏସପି ଅଫିସ ଘେରାଉ କଲା ବିଜେପି

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରାଷେୟା ଲଳିତ ସାହୁ ମୃତ୍ୟୁ ମାମଲାକୁ ନେଇ ବଢୁଛି ବିବାଦ । ରୋଷେଇଆ ଲଳିତ ସାହୁ ମୃତ୍ୟୁ ମାମଲାରେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏନେଇ ଆଜି ଝାରସୁଗୁଡାରେ ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରିବା ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାବି ପତ୍ର ଦେଇଛନ୍ତି ବିଜେପି ଟିମ୍ ।

ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଚୁପ ବସିଥିବା ବେଳେ । ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ବିଜେପି ।ସେପଟେ  ଲଳିତ ମୃତ୍ୟୁ ମାମଲାର ୪ ଦିନ ବିତିଯାଇଥିଲା ବେଳେ ଆଜି ମୁହଁ ଖୋଲିଛି ଜିଲ୍ଲା ପୋଲିସ ଘଟଣାର ସିବିଆଇ ତଦନ୍ତ କରିବା ହତ୍ୟା ମାମଲା ରୁଜୁ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି ।

ସୂଚନା ଅନୁସାର  ଏପ୍ରିଲ ୧୭ ତାରିଖରେ ସେ ମନ୍ତ୍ରୀଙ୍କ ଝାରସୁଗୁଡା ବାସଭବନ ପଛ ପଟେ ଥିବା ଷ୍ଟାଫ କ୍ୱାର୍ଟରେ ଝୁଲିପଡିଥିଲେ । ତାଙ୍କ ସହିତ ରହୁଥିବା ବଡ ଭାଇ ନିଜ ଅଫିସ କାମ ସାରି ଘରକୁ ଫେରି ଦେଖିଥିଲେ ଳଳିତ ଆତ୍ମହତ୍ୟା କରିଛନ୍ତି । ଏହାପରେ ସେ ଝାରସୁଗୁଡା ଟାଉନ ଥାନାରେ ଏତଲା ଦେଇଥିଲେ । ପୁଲିସ ଶବକୁ ଜବତ କରି ରାତାରାତି ବ୍ୟବଚ୍ଛେଦ କରିଥିଲା।

Leave A Reply

Your email address will not be published.