Latest Odisha News

BREAKING NEWS

୧୯୬ ପୋଲିସ ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ (By way of Redistribution) ଦ୍ବାରା ଏହି ପଦବୀ ଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି ।

ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ । ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ଲେଖାଏ ସବଇନ୍ସପେକ୍ଟର ଓ ୬ ଜଣ ଲେଖାଏ କନେଷ୍ଟବଳ ନିୟୋଜିତ ହେବେ। ଆଇନ ଶୃଙ୍ଖଳା ଠାରୁ  ଆରମ୍ଭ କରି ବିଭିନ୍ନ ଅପରାଧୀକ ଅନୁସଂଧାନ କ୍ଷେତ୍ରରେ ସେମାନେ ଦାୟିତ୍ବ ନିର୍ବାହ କରିବେ ।

ଏହାଦ୍ବାରା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବାସ୍ଥା ଅଧିକ ଦୃଢ ହୋଇପାରିବ । ଏହି ନୂତନ ପଦବୀ ଗୁଡିକ ରାଜ୍ୟ ସରକାରଙ୍କ ORV Act ସମେତ ନିଯୁକ୍ତି ନିୟମାବଳୀର ସମସ୍ତ ବ୍ୟବସ୍ଥା ଅନୁଯାୟୀ ପୂରଣ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.