Latest Odisha News

BREAKING NEWS

ଆଗାମୀ ୩ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ବିଜୟ ମହାପାତ୍ର

ଭୁବନେଶ୍ୱର : ଓଡିଶାରେ କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ଓଡିଶାରେ ସ୍ଥିତି ଏତେଟା ଉଦବେଗ ଜନକ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଏବେ ଦିଲ୍ଲୀରେ ସଂକ୍ରମଣ ବଢୁଛି ।ଆମେ ଆଗରୁ ଦେଖିଛେ ଦିଲ୍ଲୀରେ ସଂକ୍ରମଣ ବଢିବା ପରେ ଓଡିଶାରେ ବଢେ । ତେଣୁ ଓଡିଶାରେ ବଢିବା ଆଶଙ୍କା କରାଯାଉଛି । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ତୁରନ୍ତ ଟିକା ନେବା ପାଇଁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଗହଳି ଜାଗାକୁ ଗଲେ ମାସ୍କ ପିନ୍ଧନ୍ତୁ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଯଦି ରାଜ୍ୟରେ ସଂକ୍ରମଣ ବଢେ ତେବେ ହସ୍ପିଟାଲ ଗୁଡିକ ପ୍ରସ୍ତୁତ ରଖିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.