Latest Odisha News

BREAKING NEWS

ଶସ୍ତା ହେବ ସିଲିଣ୍ଡର, ରୋଷେଇ ଗ୍ୟାସ୍ ୫୦୦ ଟଙ୍କାରେ ଦେବେ ସରକାର

ଜୟପୁର: ମହଙ୍ଗା ମାଡ଼ ଭିତରେ ଖୁସି ଖବର । ଦରବୃଦ୍ଧି ଯୋଗୁ ବିଗିଡ଼ି ଯାଇଥିବା ବଜେଟକୁ ଆଶ୍ୱସ୍ତି ଦେବ ରୋଷେଇ ଗ୍ୟାସ୍ । ୨୦୨୩ ଏପ୍ରିଲ୍ ପହିଲାରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୫ ଶହ ଟଙ୍କାରେ ମିଳିବ । ବିପିଏଲ୍ କାର୍ଡଧାରୀ ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇବେ । ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏକ ସଭାରେ ଗ୍ୟାସ୍ ସିଲିଣ୍ଡର ୫ ଶହ ଟଙ୍କା ହେବ ବୋଲି ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ।

ଦେଶରେ ଦରବୃଦ୍ଧିକୁ ନେଇ ଗେହଲଟ୍ ବିଜେପିକୁ ସମାଲୋଚନା କରିବା ସହ ଗ୍ୟାସ ସିଲିଣ୍ଡର ଶସ୍ତା ହେବା ନେଇ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଗେହଲଟ ସିଲିଣ୍ଡର ଷ୍ଟ୍ରୋକ୍ ମାରିଛନ୍ତି ।

ଅଶୋକ ଗେହଲଟଙ୍କ ଘୋଷଣା ଅନୁସାରେ, ବିପିଏଲ୍ କାର୍ଡ ଧାରୀ ଓ ଉଜ୍ଜ୍ୱଳା ହିତାଧିକାରୀ ବର୍ଷକୁ ୧୨ଟି ସିଲିଣ୍ଡର ୫ ଶହ ଟଙ୍କା ଲେଖାଏ ମୂଲ୍ୟରେ ପାଇବେ । ଏବେ ରାଜସ୍ଥାନରେ ରୋଷେଇ ଗ୍ୟାସ୍ ମୂଲ୍ୟ ହଜାରେ ୪୦ ଟଙ୍କା ରହିଛି ।

ଗେହଲଟ୍ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାକୁ ସମାଲୋଚନା କରି ଏହି ଘୋଷଣା କରିବା ପରେ ରାଜନୀତି ଜୋର୍ ଧରିଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ରାଜସ୍ଥାନ ଭଳି କେନ୍ଦ୍ର ସରକାର କିମ୍ବା ଅନ୍ୟ ରାଜ୍ୟ ଏଭଳି କିଛି ନିଷ୍ପତ୍ତି ନେବେ କି ? ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.