Latest Odisha News

BREAKING NEWS

ଡେଣା ଥିଲେ କିଛି ହୁଏ ନାହିଁ, ସାହସର ସହିତ ଉଡ଼ିବାକୁ ପଡେ

ସ୍ୱପ୍ନ ସେମାନଙ୍କର ସାକାର ହୁଏ, ଯିଏ ଖୋଲା ଆଖିରେ ସ୍ୱପ୍ନ ଦେଖିଥାନ୍ତି । ଡେଣା ଥିଲେ କିଛି ହୁଏ ନାହିଁ, ସାହସର ସହିତ ଉଡ଼ିବାକୁ ପଡେ । ଏମିତି ସାହାସ ଦେଖାଇ ନିଜର ସ୍ୱପ୍ନ ସାକାର କରିଛନ୍ତି ସିମରଜିତ କୈର । ଯିଏକି ସିଆଇଡି ଆଇବି ଓ ଜୟପୁର କମିଶନରେଟ ପାଇଁ ଚୟନ ହୋଇଛନ୍ତି। କିନ୍ତୁ ସେ ସିଆଇଡି ଆଇବିରେ ଯୋଗ ଦେବେ ବୋଲି ସ୍ଥିର କରିଛନ୍ତି।

ଏ ହେଉଛି ଜଣେ ବିଧବା ମା’ ଓ ଝିଅଙ୍କ ସଂଘର୍ଷମୟ ଜୀବନ କାହାଣୀ । ପିଲାଙ୍କୁ ମଣିଷ କରିବାର ସ୍ୱପ୍ନ ଏବେ ସତ ହୋଇଛି । ଝିଅର ସଫଳତା ମା’ର ଦଶ ବର୍ଷର ସଙ୍ଘର୍ଷରେ ଆଜି ପୂର୍ଣ୍ଣଛେଦ ପକାଇଛି । ବିଧବା ମା’ର ଏ ଜୀବନ କାହାଣୀକୁ ନେଇ ଏବେ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି।

ହନୁମାନଗଡ ଜିଲ୍ଲାର ତିବ୍ବି ତହସିଲର ଗାଁ ସିଲୱାଲା କଲାନରେ ୩ ପିଲାଙ୍କୁ ନେଇ ରହୁଛନ୍ତି ମନଜିତ କୌର । ଆଜକୁ ପ୍ରାୟ ଦଶବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ । ପରେ ତାଙ୍କ ଉପରେ ଯେମିତି ବୋଝ ଉପରେ ଲଳିତା ବିଡା ପରି ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା। ତିନି ସନ୍ତାନକୁ କେମିତି ମଣିଷ କରିବି କିଛି ବୁଦ୍ଧିବାଟ ଦିଶି ନଥିଲା। ପରେ ନିଜ ମନକୁ ବୁଢାଇ ଘର ଓ ବିବାହ ଆଦି କାର୍ଯ୍ୟକ୍ରମରେ ବୁଲିବୁଲି ରୁଟି ତିଆରି କରିବା କାମ କରୁଥିଲେ ସେ। ସେତିକି ରୋଜଗାରରେ ସେ ପିଲାଙ୍କ ମୁହଁରେ ଆହାର ଦେବ ସହ ସେମାନଙ୍କୁ ପାଠ ପଢାଇ ମଣିଷ କରିବାର ସ୍ୱପ୍ନ ଦେଖୁଥିଲେ ।

ସିମରଜିତ କୌର କହିଛନ୍ତି ଯେ ପିତାଙ୍କ ମୃତ୍ୟୁ ପରେ ତାଙ୍କ ଜୀବନ ବହୁ କଷ୍ଟରେ ବିତିଥିଲା । ମା’ ଲୋକଙ୍କ ଘର ଘର ବୁଲି ରୁଟି ତିଆରି କରୁଥିଲେ । ଏହି ସମୟରେ ତାଙ୍କ ସାନ ଭଉଣୀ ରାଜପାଲ କୌର ମଧ୍ୟ ଉଣୀର ଭବିଷ୍ୟତକୁ ଦେଖି ଅଧାରୁ ପାଠ ଛାଡି ଦେଇଥିଲେ  । କିନ୍ତୁ  ଏବେ ସିମରଜିତ ପୁଣି ଭଉଣୀର ପାଠ ପଢା ଆରମ୍ଭ କରିବେ ବୋଲି କହିଛନ୍ତି । ସେ ନିଜ ସଫଳତାର ଶ୍ରେୟ ତାଙ୍କ ମା ଓ ସାନ ଭଉଣୀକୁ ଦେଇଛନ୍ତି । ଆଗରୁ ଯେଉଁମାନେ କଟୁକଥା କହୁଥିଲେ ଆଜି ସେମାନେ ବି ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.