Latest Odisha News

BREAKING NEWS

୨୦ ଟଙ୍କା କମିଲା ଖାଇବା ତେଲର ଦାମ !

ନୂଆଦିଲ୍ଲୀ: ମହଙ୍ଗା ଯୁଗରେ ଯଦି କୌଣସି ଜିନିଷର ଦାମ ଟଙ୍କଟିଏ ବି କମୁଛି ଆଜିର ଯୁଗରେ ମଣିଷକୁ ଟିକିଏ ଆଶ୍ବସ୍ତି ମିଳେ। କାରଣ ଏବେ ଅଧିକାଂଶ ଜିନିଷର ଦାମ ବଢିବା ସଂଖ୍ୟା ଅଧିକ କମିବା ସଂଖ୍ୟା କମ୍। ଏହାରି ଭିତରେ ଗୋଟିଏ ଆଶ୍ବସ୍ତି କରିବା ଭଳି ଏକ ଖବର ଆସିଛି ତାପୁଣି ହାଣ୍ଡିଶାଳରୁ।

ସରକାରଙ୍କ ଏବେ ଖାଇବା ତେଲ ଉତ୍ପାଦନକାରୀ କମ୍ପାନୀଗୁଡିକୁ ଦର କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବଭାରତୀୟ ସ୍ତରରେ ଖାଇବା ତେଲର ମୂଲ୍ୟ ସର୍ବାଧିକ ଖୁଚୁରା ଦର ଲିଟର ପିଛା ୧୫ ରୁ ୨୦ ଟଙ୍କା ହ୍ରାସ ପାଇଛି। ଧାରା, ଫର୍ଚୁନ୍ ଭଳି ବଡ ବଡ କମ୍ପାନୀ ତେଲର ଦାମ କମାଇବାକୁ ନିଷ୍ପତ୍ତି ନେଇଛନ୍ତି।

ସୋୟାବିନ୍ ତେଲ, ସୂର୍ଯ୍ୟମୁଖୀ ତେଲ ଭଳି ତେଲର ଦାମ ହ୍ରାସ ପାଇଛି। ଏବେର ନୂଆ ଦର ଅନୁସାରେ ଧାରା କମ୍ପାନୀର ରିଫାଇନ ସୋୟାବିନ୍ ଅଏଲ୍ (ଏକ ଲିଟର)ର ମୂଲ୍ୟ ୧୭୦ ରୁ ୧୫୦ ଟଙ୍କାକୁ ଖସି ଆସିଛି। ସେହିପରି ଧାରା ବିଶୋଧିତ ରାଇସ ବ୍ରାନ ତେଲର ମୂଲ୍ୟ ୧୯୦ ରୁ ୧୭୦ ଲିଟରକୁ ଖସି ଆସିଛି। ଧାର ବିଶୋଧିତ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ଲିଟର ପିଛା ୧୭୫ ରୁ ୧୬୦ ଟଙ୍କାକୁ ଖସି ଆସିଛି। ସେହିଭଳି ଧାରା ବାଦାମ ତେଲର ମୂଲ୍ୟ ଲିଟର ପିଛା ୨୫୫ ରୁ ୨୪୦ ଟଙ୍କାକୁ ହ୍ରାସ ପାଇଛି।

ଧାରା ବ୍ୟତୀତ ଅନ୍ୟ କେତେକ କମ୍ପାନୀ ମଧ୍ୟ ମୂଲ୍ୟ ହ୍ରାସ କରିଛନ୍ତି। କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ, ମଇ ୨ରେ ଗ୍ରାଉଣ୍ଡନାଟ୍ ତେଲର ମୂଲ୍ୟ ଲିଟର ପିଛା ୧୮୯.୯୫ ଟଙ୍କା, ସୋରିଷ ତେଲ ଲିଟର ପିଛା ୧୫୧.୨୬ ଟଙ୍କା, ସୋୟା ତେଲ ଲିଟର ପିଛା ୧୩୭.୩୮ ଟଙ୍କା, ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୧୪୫.୧୨ ଟଙ୍କା ରହିଛି।

ଆସନ୍ତା ସପ୍ତାହରେ ନୂଆ ଏମଆରପି ସହିତ ତେଲ ପ୍ୟାକେଟ ବା ବୋଟଲର ଦର ବଜାରକୁ ଆସିବ ବୋଲି ସୂଚନା ରହିଛି। ରୋଷେଇ ତେଲର ମୂଲ୍ୟ ହ୍ରାସ କରିବାକୁ ଖାଦ୍ୟ ମନ୍ତ୍ରଣାଳୟ ଖାଇବା ତେଲ ଶିଳ୍ପ ସଂସ୍ଥା ସୋଲଭେଣ୍ଟ ଏକ୍ସଟ୍ରାକ୍ଟର ଆସୋସିଏସନ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲା।

Comments are closed.