ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକଷ୍ଟମୀ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥ ଉପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଶୁଲଭ ନିମନ୍ତେ ଦିଅଙ୍କ ଆଗରେ କେହି ନରହିବା, ବିଶୃଙ୍ଖଳାରୁ ନିବୃତ ରହି ପ୍ରଭୁଙ୍କ ରଥଟଣା ସମ୍ପନ୍ନ କରିବା ନେଇ ଏହି ବୈଠକରେ ଆଲୋଚନା ହୋଇଛି। ସୂଚାରୁ ରୂପେ ଠିକ ସମୟରେ ରଥ ଗଡିବ। ଚଳିତ ବର୍ଷ ଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରାରେ ୨୨ ଲକ୍ଷ ଖର୍ଚ୍ଚ ଆକଳନ କରାଯାଇଛି। ମହାପ୍ରଭୁଙ୍କ ରଥ ଦଉଡି ଓଡିଶା କତା ସମବାୟ ସମିତିଠାରୁ କ୍ରୟ କରିବାକୁ ନିଷ୍ପତି ନିଆଯାଇଛି।
ସୁତନ୍ତ୍ର ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମହାପ୍ରଭୁଙ୍କ ୨୦୨୫ ଅଶୋକଷ୍ଟମୀ ରଥଯାତ୍ରାର ସୁପରିଚାଲନା ନିମନ୍ତେ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସର୍ବସମତି କ୍ରମେ ରଥାରୁଢ଼ ମହାପ୍ରଭୁଙ୍କ ସୁଲଭ ଦର୍ଶନ ନିମନ୍ତେ ଦିଅଙ୍କ ଆଗରେ କେହି ନରହିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିସହ ୫ ତାରିଖ ରଥଯାତ୍ରା ଏବଂ ୯ ତାରିଖ ବାହୁଡା ଯାତ୍ରାର ବିଭିନ୍ନ ନୀତିକାନ୍ତି ଉପରେ ଆଲୋଚନା କରାଯାଇଛି।
ପ୍ରତ୍ନ ତତ୍ତ୍ୱ, ଭୁବନେଶ୍ୱର ମହାହାନଗର ନିଗମ, ୱାଟକୋ, ରାସ୍ତା ଓ କଥାବାଦୀ ବିଭାଗ, ଟିପିସିଓଡ଼ିଏଲ, ଦମକଳ ବିଭାଗ, ଶାନ୍ତି ଶୃଙ୍କଳା ରକ୍ଷା ଓ ଆରକ୍ଷୀ ବ୍ୟବସ୍ଥା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଏସ ଟି ଜନ୍ସ ଆମ୍ବୁଲାନସ, ମୋ ବସ ସେବା, ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ସେବା ଏବଂ ବିଭିନ୍ନ ଅତ୍ୟାବଶ୍ୟକ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଛି।
ବୈଠକରେ ବିଧାୟକ ବାବୁ ସିଂହ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ସେବାୟତ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ ନିମିତ୍ତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।
Comments are closed.