Latest Odisha News

BREAKING NEWS

ପୋଲିସ ଆଖି ଆଗରେ ଚୋରି

ମୟୂରଭଞ୍ଜ: ଇଲେକ୍ଟ୍ରୋନିକ୍ସ ଦୋକାନରୁ ଚୋରି । ପୋଲିସ ସବୁ ଦେଖି ମଧ୍ୟ ଚୁପ୍। ସସିଟିଭିରେ କଏଦ ହେଲା ଚୋରି ଭିଜୁଆଲ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନାଛକ ନିକଟରେ ଏପରି ଘଟଣା ଘଟିଛି। ପଣ୍ଡା ଇଲେକ୍ଟ୍ରୋନିକ୍ସ ଦୋକାନରୁ ରାତି ୧୨ ଟାରେ ଏସି ର ଡେମୋକୁ ଚୋର ଖୋଲିନେଇଯାଉଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଚୋରଟି ଚୋରି କରିବାର ଦେଖି ମଧ୍ୟ ଉଦଳା ପୋଲିସ ନଦେଖିବା ପରି ବୁଲୁଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରାତି ୧୦ ଟା ପରଠାରୁ ଉଦଳା ପୋଲିସ ଦ୍ୱାରା ନିୟୋଜିତ କର୍ମଚାରୀମାନେ ଏହି ଛକ ନିକଟରେ ରହି ପ୍ରତି ଦିନ ନାଇଟ୍ ଡ୍ୟୁଟି କରନ୍ତି । ପାଖରେ ଏକ ଏଟିଏମ୍ ମଧ୍ୟ ଅଛି ।ହେଲେ ଏହି ଚୋରି ସମୟରେ ପୋଲିସ ନିରବତାକୁ ନେଇ ପ୍ରଶ୍ନ ଉଠିଛି।ଏହି କିଛି ଦିନ ହେଲା ଉଦଳା ଅଞ୍ଚଳରେ ବାଇକ ଚୋରି ଠାରୁ ଆରମ୍ଭ କରି ,ଛୀନତାଇ,ଲୁଟ୍ ଦିନକୁ ଦିନ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.