Latest Odisha News

BREAKING NEWS

ଭିଡ ଭିତରେ ଫ୍ୟାନ୍ସ ଚୋରି କରିନେଲେ ୧୭୪ କୋଟିର ହୀରା

ନୂଆଦିଲ୍ଲୀ: ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଅଳଙ୍କାରକୁ ଭଲ ପାଆନ୍ତି ଏବଂ ସେମାନେ ନିଜ ଦେହରେ କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧନ୍ତି। ଭାରତରେ ସବୁଠାରୁ ଅଳଙ୍କାର ପିନ୍ଧିବା ସଉକ ରଖୁଥିବା ଗାୟକ ହେଉଛନ୍ତି ବାପି ଲାହିରି। ସମ୍ପ୍ରତି ଆମେରିକାର ଜଣେ ସେଲିବ୍ରିଟି ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି।

ଆମେରିକୀୟ ରାପର୍ ଲିଲ୍ ଉଜି ଭର୍ଟ ଚଳିତ ବର୍ଷ ଫେବୃଆରୀରେ ତାଙ୍କ କପାଳରେ ଗୋଲାପୀ ରଙ୍ଗର ହୀରା ପିନ୍ଧିଥିଲେ। ବର୍ତ୍ତମାନ ସେ ଦାବି କରିଛନ୍ତି ଯେ ଅଗଷ୍ଟରେ ସେ ଏକ ସଂଗୀତ କାର୍ଯ୍ୟକ୍ରମ କରିଥିଲେ ଯେଉଁଥିରେ ସେ ପ୍ରଶଂସକଙ୍କ ଭିଡ ଭିତରକୁ ଯାଇଥିଲେ। ଏହି ସମୟରେ ଜଣେ ପ୍ରଶଂସକ ତାଙ୍କଠାରୁ ଏହି ହୀରା ଟାଣି ନେଇଥିଲେ।

ବାସ୍ତବରେ, ‘ଇନସାଇଡର୍’ର ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ରାପର୍ ଲିଲ୍ ଉଜି ଭର୍ଟ ନିକଟରେ ଏକ ଆଉଟଲେଟ୍ ସାକ୍ଷାତକାରରେ ଏହି ଦାବି କରିଛନ୍ତି। ସେ କହିଥିଲେ ଯେ ରୋଲିଂ ଲାଉଡରେ ତାଙ୍କର ଏକ ସୋ ଥିଲା ଏବଂ ଏହି ସମୟରେ ସେ ପ୍ରଶଂସକଙ୍କ ଭିଡ ଭିତରକୁ ଯାଇଥିଲେ, ଯେତେବେଳେ ଜଣେ ପ୍ରଶଂସକ ତାଙ୍କଠାରୁ ଏହି ହୀରା ଟାଣିଥିଲେ। ତେବେ ତାଙ୍କ ପାଖରେ ଅନେକ ହୀରା ଥିବା ସେ କହିଛନ୍ତି। ଚୋରି ହୋଇଥିବା ହୀରାର ମୂଲ୍ୟ ଥିଲା ୨୪ ନିୟୁତ ଡଲାର (ପ୍ରାୟ ୧୭୪ କୋଟି ଟଙ୍କା) ଥିଲା।

Leave A Reply

Your email address will not be published.