Latest Odisha News

BREAKING NEWS

ଖାକିର ଦାଦାଗିରି: କୋଳରେ ପିଲାକୁ ଧରିଥିବା ବାପାକୁ ନିର୍ଘାତ ମାଡ, ଦେଖନ୍ତୁ ଭିଡିଓ

କାନପୁର: ବର୍ବରତାର ସୀମା ପାର କଲା ଉତ୍ତରପ୍ରଦେଶ ପୋଲିସ । ଆଇନ କାନୁନର ପାଠ ପଢ଼ାଉଥିବା ପୋଲିସ ଭୁଲିଗଲା ମାନବିକତା । କାନପୁରରେ ପୋଲିସର ଏଭଳି ଏକ ଭିଡିଓ ସାମନାକୁ ଆସିଛି ଯାହାକୁ ନେଇ ସାରା ଦେଶରେ ନିନ୍ଦା କରାଯାଉଛି । ଭିଡିଓରେ ଜଣେ ପୋଲିସ କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ ଲାଠିରେ ମାଡ଼ ମାରୁଛନ୍ତି । ଯାହାଙ୍କୁ ପିଟୁଛନ୍ତି ତାଙ୍କ କୋଳରେ ଏକ ଛୋଟ ଛୁଆ ଅଛି । ବାପାକୁ ନିର୍ଘାତ ପିଟୁଥିବା ବେଳେ ଛୋଟ ଛୁଆଟି ଜୋରରେ କାନ୍ଦୁଛି ।

ପାଖାପାଖି ଗୋଟିଏମ ମିନିଟର ଭିଡିଓରେ ଦେଖିବାକୁ ମିଳିଛି ପୋଲିସ ଗୋଡ଼େଇ ଗୋଡ଼େଇ ପିଟୁଥିବା ବେଳେ ସଂପୃକ୍ତି ବ୍ୟକ୍ତି ବାରମ୍ବାର ଅନୁରୋଧ କରୁଛନ୍ତି, ପିଲା ଦେହରେ ଲାଠି ବାଜିବ । ଦୟା କରି ମାରନ୍ତୁ ନାହିଁ ବୋଲି ଚିତ୍କାର ବି ପୋଲିକୁ ଗୁହାରି କରୁଛନ୍ତି । କିନ୍ତୁ ପୋଲିସ ବାବୁ ଶୁଣିବା ମୁଡରେ ନଥିଲେ । ପିଟି ଚାଲୁଥିଲେ । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସକୁ ଚାରିଆଡୁ କଡ଼ା ନିନ୍ଦା କରାଯାଉଛି ।

ଗତ ମଙ୍ଗଳବାର କାନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି ଘଟା ଘଟିଥିଲା । ଭିଡିଓ ଭାଇରାଲ୍ ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉତ୍ତରପ୍ରଦେଶ ପୋଲିସ କହିଛି ।

ଥରେ ଭାବିଲେ ଯଦି ପୋଲିସ ବାବୁଙ୍କର ଲାଠି ସେହି ପିଲା ଦେହରେ ବାଜି ଥାଆନ୍ତା ତାହେଲେ କଣ ହୋଇ ଥାଆନ୍ତା । କେହି ଯଦି କିଛି ଭୁଲ କରିଛନ୍ତି ତାଙ୍କୁ ଅଦାଲତ ଶାସ୍ତି ଦେବେ । କିନ୍ତୁ ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଆଇନର ରକ୍ଷକ ବୋଲାଉଥିବା ପୋଲିସ ଯଦି ଏମିତି କାମ କରିବ ଲୋକ କାହା ଉପରେ ଭରସା କରିବେ ।

Leave A Reply

Your email address will not be published.