Latest Odisha News

BREAKING NEWS

କୋପା ଆମେରିକା ଫୁଟବଲରେ କରୋନା ସଙ୍କଟ

ବ୍ରାସିଲିଆ: ଦକ୍ଷିଣ ଆମେରିକା ଫୁଟବଲ କନଫେଡେରେଶନ ଦ୍ୱାରା ଆୟୋଜିତ କୋପା ଆମେରିକା ଟୁର୍ଣ୍ଣାମେଂଟରେ କରୋନା ସଙ୍କଟ ଦେଖା ଦେଇଛି । ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ୩୧ ଖେଳାଳି ଓ ୧୦ ହୋଟେଲ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରୀ ମାର୍ସିଲୋ କ୍ୱିରୋଗା କହିଛନ୍ତି । ୧୩ ଜୁନରୁ ଏଠାରେ ଏହି ଲୋକପ୍ରିୟ ଫୁଟବଲ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି । ଆର୍ଜେଂଟିନା ଓ ଚିଲି ମଧ୍ୟରେ ଖେଳା ଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ୧-୧ରେ ଡ୍ର ରହିଛି ।

ପୂର୍ବରୁ ଆର୍ଜେଂଟିନା ଓ କଲମ୍ବିଆ ମିଳିତ ଭାବେ ଏହାକୁ ଆୟୋଜନ କରିଥାନ୍ତେ, ମାତ୍ର କରୋନା ମହାମାରୀ ଯୋଗୁ ସେମାନେ ଓହରି ଯାଇଥିଲେ । ଏହା ପରେ ବ୍ରାଜିଲକୁ ଟୁର୍ଣ୍ଣାମେଂଟ ଆୟୋଜନ କରିବା ପାଇଁ କୁହାଯାଇଥିଲା ।

Leave A Reply

Your email address will not be published.