Latest Odisha News

BREAKING NEWS

ଭୁବନେଶ୍ବରରେ ଟିକା ନେଲେଣି ୧୦ ଲକ୍ଷରୁ ଅଧିକ ଲୋକ 

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବାକୁ ବ୍ୟାପକ ଭାବେ ଚାଲିଛି ଟିକାକରଣ ଅଭିଯାନ । ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ରାଜଧାନୀ ଭୁବନେଶ୍ବରରେ ସ୍ଲଟ ବୁକିଂ ଅନୁସାରେ ଦିଆଯାଉଛି ଟିକା । ଏହାସହ ଟିକାକରଣକୁ ସହଜ କରିବା ପାଇଁ ବିଏମସି ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ଭୁବନେଶ୍ବରରେ ମୋଟ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲାଣି ଟିକା ।

ଭୁବନେଶ୍ବରରେ ବିଏମସି ପକ୍ଷରୁ ଦିଆଯାଉଛି କୋଭାକ୍ସିନ ଟିକା । ୧୮ରୁ ୪୪ ଏବଂ ୪୫ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି । ପ୍ରଥମ ଓ ଦ୍ବିତୀୟ ଡୋଜ ମିଶି ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦିଆଯାଇଛି ଟିକା । ତେବେ ଜୁଲାଇ ଶେଷ ସୁଦ୍ଧା ଭୁବନେଶ୍ବରରେ ଶତ ପ୍ରତିଶତ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛି ବିଏମସି ।

Leave A Reply

Your email address will not be published.