ଲକ୍ଷ୍ନୌ: ଉତ୍ତରପ୍ରଦେଶ ସ୍ଥିତ କାଶୀ ବିଶ୍ୱନାଥ ଧାମ ପରିସରରେ ଥିବା ପୋଲିସ କର୍ମାଚାରୀମାନେ ମଧ୍ୟ ମନ୍ଦିରର ପୂଜାରୀ ମାନଙ୍କ ପରି ପିନ୍ଧିବେ ଧୋତି-କୁର୍ତ୍ତା । କିଛି ବର୍ଷ ପୂର୍ବରୁ ୨୦୧୮ରେ ମଧ୍ୟ ଏପରି ନିଷ୍ପତି ନିଆଯାଇଥିଲା । ମନ୍ଦିର ଅଧିକାରୀଙ୍କ କହିବା ଅନୁଯାୟୀ, ପୁରୁଷ ସୁରକ୍ଷାକର୍ମୀମାନେ ଧୋତି ଏବଂ କୁର୍ତ୍ତା ପିନ୍ଧିବାବେଳେ ମହିଳା ସୁରକ୍ଷା କର୍ମୀମାନେ ସାଲୱାର ଏବଂ କୁର୍ତ୍ତା ପିନ୍ଧିବେ। ଏହି ବିଶେଷ ପୋଷାକ ପିନ୍ଧିବା ପୂର୍ବରୁ ସେହି ସୁରକ୍ଷାକର୍ମୀ ମାନଙ୍କୁ ତିନିଦିନ ତାଲିମ ନେବାକୁ ପଡିବ ।
ସୂଚନା ଅନୁସାରେ, ଭକ୍ତଙ୍କ ଅନୁଭବତାକୁ ସୁଖମୟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଯାହା ଦ୍ଵାରା ସେମାନଙ୍କ ଭିତରେ ସୁରକ୍ଷା କର୍ମୀଙ୍କ ପୋଷାକକୁ ନେଇ ଥିବା ନକାରାତ୍ମକ ଧାରଣା ଦୂର ହୋଇପାରିବ। ଏହା ବ୍ୟତୀତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ‘ନୋ ଟଚ୍’ ପଲିସି ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ପୋଲିସ କମିଶନର ମୋହିତ ଅଗ୍ରୱାଲ କହିଛନ୍ତି ଯେ, ତାଙ୍କ ପ୍ରତି ପୋଲିସ ଯେଉଁଭଳି ବ୍ୟବହାର କରୁଛି ସେଥିରୁ ସେ କେବେ ବି ଏହା ଅନୁଭବ କରିନାହାଁନ୍ତି ଯେ ତାଙ୍କୁ କିଏ ଅସମ୍ମାନ କରୁଛି ।
ମୋହିତ ଅଗ୍ରୱାଲ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହରେ ଭକ୍ତଙ୍କ ସୁବିଧା ତଥା ସହଯୋଗ ପାଇଁ ପୁରୋହିତ ପିନ୍ଧୁଥିବା ପୋଷାକ ପରି ପୋଲିସ କର୍ମଚାରୀ ମାନେ ମଧ୍ୟ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ସୁରକ୍ଷା ବିଭାଗର ଡେପୁଟି କମିଶନର ସୂର୍ଯ୍ୟକାନ୍ତ ତ୍ରିପାଠୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତକାଲି ଠାରୁ ଏହି ନିୟମ ଆରମ୍ଭ ହୋଇଛି ।
Comments are closed.