Latest Odisha News

BREAKING NEWS

ଅଧରାତିରେ ହାଇଡ୍ରାମା, ପୋଲିସକୁ ୩ କିଲୋମିଟର ଦୌଡ଼ାଇଲେ ମଦୁଆ

ଭୁବନେଶ୍ୱରରାଜଧାନୀ ରାସ୍ତାରେ ଚାଲିଛି ରେସ୍ । ମଦୁଆଙ୍କ ଗାଡ଼ି ପଛେ ପଛେ ପିଛା କରୁଛି ପିସିଆର୍ ଭ୍ୟାନ୍ । ବୁଧବାର ରାତି ପ୍ରାୟ ସାଢ଼େ ଗୋଟାଏ ବଳେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ନିଶାଡ଼ି ଏମିତି ପୋଲିସକୁ ଅଧ ଘଣ୍ଟା ଧରି ନାକେଦମ୍ କରିଥିଲେ । ମଦ ପିଇ କଳା ରଙ୍ଗର କାରରେ ୩ ଯୁବକ ଏଣେତେଣେ ବୁଲୁଥିଲେ ।

BjdElectrycity

ସେମାନଙ୍କ ଗାଡ଼ିର ବେଗ ଏତେ ଥିଲା ଯେ ପାଟ୍ରୋଲିଂ ବେଳେ ପୋଲିସ ବି ହଇରାଣରେ ପଡ଼ି ଯାଇଥିଲା । ଅଧରାତିରେ କଳାରଙ୍ଗର କାରରେ ୩ ଯୁବକ ନନ୍ଦନକାନନ ପଟୁ ଆସୁଥିବା ବେଳେ ପିସିଆର୍ ଟିମ୍ ବିଗ୍ ବଜାର ଛକରେ ଅଟକାଇଥିଲା । ହେଲେ ପୋଲିସକୁ ଦେଖି ଆହୁରି ଦ୍ରୁତ ବେଗରେ ପଳାଇ ଥିଲା କାରଟି ।

ପଛେ ପଛେ ପିସିଆର୍ ବି କାରର ପିଛା କରିଥିଲା । ଡମଣା ଛକରେ ପୋଲିସ କାରକୁ ଅଟକାଇବା ବେଳେ ପୁଣି ଖସି ପଳାଇଥିଲା । ଫଳରେ ପୋଲିସ ଆଉ ଏକ ପିସିଆର ଭ୍ୟାନକୁ ଖବର ଦେଇଥିଲା । ବିଗ୍ ବଜାର ଛକରୁ ଡମଣା, ଡମଣାରୁ ପୁଣି ପଟିଆ ୩ କିଲୋମିଟର ଗୋଡ଼ାଗୋଡ଼ି ପରେ ପୋଲିସ କାରକୁ ଧରିବାକୁ ସକ୍ଷମ ହୋଇଥିଲା ।

ପୋଲିସ ୩ ଯୁବକଙ୍କୁ ସତର୍କ କରାଇବା ସହ ଫାଇନ୍ କାଟିଛି । ହକି ବିଶ୍ୱକପ୍ ପୂର୍ବରୁ ଅପରାଧ ନିୟନ୍ତ୍ରଣ ଓ ଅପରାଧୀଙ୍କୁ ସାବାଡ଼ ପାଇଁ କମିଶନରେଟ୍ ପୋଲିସ ନାଇଟ୍ ବ୍ଲକିଂ ଓ ଚେକିଂକୁ ଜୋରଦାର କରିଛି ।

Leave A Reply

Your email address will not be published.