Latest Odisha News

ରଣଜୀ ଟ୍ରଫି: ପୁନର୍ବାର ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ୧ ମୁକାବିଲାରେ ଓଡିଶା ବିପକ୍ଷରେ ଉତରାଖଣ୍ଡ ସୁବିଧାଜନକ ସ୍ଥିତିରେ ରହିଛି । ପ୍ରଥମ ଇନିଂସରେ ୨୬୪ ରନ ପଛରେ ଥିବା ଓଡିଶା ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୪ ୱିକେଟ ବିନିମୟରେ ୯୭ ରନ ସଂଗ୍ରହ କରିଛି । ଶାନ୍ତୁ ମିଶ୍ର(୦), ଅଧିନାୟକ ଶୁଭ୍ରାଂଶୁ ସେନାପତି(୧୩), ବିପ୍ଲବ ସାମନ୍ତରାୟ (୯) ଓ ଶୁଭମ ନାୟକ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଅନୁରାଗ ଷଡଙ୍ଗୀ ୧୦୬ ବଲରେ ୫୯ ରନ କରି ଅପରାଜିତ ରହିଛନ୍ତି । ପରାଜୟ ଏଡାଇବା ପାଇଁ ଶୁକ୍ରବାର ଅନ୍ତିମ ଦିବସରେ ଓଡିଶାକୁ ଅଧକରୁ ଅଧିକ ସମୟ ବ୍ୟାଟିଂ କରିବାକୁ ପଡିବ ।

ଉତରାଖଣ୍ଡ ସ୍କୋର ସହ ସମାନ ହେବାକୁ ଓଡିଶାକୁ ଆଉ ୧୬୭ ରନ ଆବଶ୍ୟକ କରୁଛି । ଆଜି ଉତରାଖଣ୍ଡ ଅଧିନାୟକ ଜୀବନଜ୍ୟୋତ ସିଂ ତାଙ୍କ ଦ୍ୱିଶତକ ସମ୍ପୂର୍ଣ୍ଣ କରିଥିଲେ । ସେ ୨୧୮ ରନ କରି ଆଉଟ ହୋଇଥିଲେ । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୧୩ ରନ ଜବାବରେ ଉତରାଖଣ୍ଡ ୪୭୭ ରନ କରିଥିଲା । ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ଅଭିଷେକ ରାଉତ ଓ ଶୁଭମ ନାୟକ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.