Latest Odisha News

BREAKING NEWS

କୋଭିଡ-୧୯: ହୋମ କ୍ୱାରେଣ୍ଟାଇନ ନିୟମ ଉଲଂଘନ କରିଥିବା ବ୍ୟକ୍ତିଙ୍କ ନାମରେ ଅଭିଯୋଗ

କଟକ: ବିଦେଶରୁ ରାଜ୍ୟକୁ ଫେରିଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ହୋମ କ୍ୟାରେଣ୍ଟାଇନ ନିୟମର ଉଲ୍ଲଂଘନ ଅଭିଯୋଗରେ ରବିବାର ଦିନ ପୁରୀ ଘାଟ ଥାନାରେ ଏକ ମାମଲା ଦାୟର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଆମେରିକାରୁ ଫେରିବା ପରେ ହୋମ କ୍ୱାରେଣ୍ଟାଇନ ପାଇଁ ନାମ ପଞ୍ଜୀକୃତ କରିଥିଲେ। ତେବେ କ୍ୱାରେଣ୍ଟାଇନରେ ଥିବା ଏହି ବ୍ୟକ୍ତି ଜଣକ କୌଣସି ନିୟମ ଅନୁସରଣ ନକରିବା ବିପଦପୂର୍ଣ୍ଣ ଭାବେ ସାଧାରଣ ଲୋକ ଭଳି ବାହାରେ ବୁଲାବୁଲି ଇତ୍ୟାଦି କରୁଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ ପୋଲିସ ଏହାର ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ବ୍ୟକ୍ତି ଜଣକ କ୍ୱାରେଣ୍ଟାଇନ ସମୟରେ ଏକ ବଜାରକୁ ଯାଇଥିଲେ ।

ତେବେ ଉପଯୁକ ପ୍ରମାଣକୁ ଆଧାର କରି ପୁରୀ ପୋଲିସ ଆଇପିସିର ଧାରା ୧୮୮, ୨୬୯,୨୭୦, ୨୭୧ ଅନୁଯାୟୀ ଏକ ମାମଲା ରୁଜୁ କରିଥଲେ।

ଉକ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ସୂତ୍ରରୁ ପ୍ରକାଶ।

Comments are closed.