Latest Odisha News

BREAKING NEWS

ଜନତା କର୍ଫ୍ୟୁକୁ ସମର୍ଥନ ପାଇଁ ଫ୍ୟାନ୍ସଙ୍କୁ ଅପିଲ କଲେ ସଲମାନ ଖାନ

ମୁମ୍ବାଇ: କରୋନା ମୁକାବିଲା ଓ ଜନତା କର୍ଫ୍ୟୁକୁ ସମର୍ଥନ କରିବା ପାଇଁ ଅପିଲ କଲେ ବଲିଡଉର ଦବଙ୍ଗ ଅଭିନେତା ସଲମାନ ଖାନ । ସେ ଏକ ଭିଡିଓ ପୋଷ୍ଟ କରି ନିଜ ଫ୍ୟାନ୍ସ ମାନଙ୍କୁ ଘରେ ରହିବା ପାଇଁ ଅପିଲ କରିଛନ୍ତି ।
ସେ ଭିଡିଓରେ ଜରିଆରେ ପ୍ରଥମେ ଡକ୍ଟର ଏବଂ ପୋଲିସକୁ ଧନ୍ୟବାଦ ଦେଇଛନ୍ତି । ସରକାର ଆମ ପାଇଁ, ଆମ ସମସ୍ତ ପାଇଁ କହୁଛନ୍ତି । ଏହାକୁ ଗମ୍ଭୀରତା ସହ ନିଅ । କରୋନାକୁ ନେଇ ଗୁଜବ ପ୍ରଚାର କରନ୍ତୁ ନାହିଁ । କରୋନା ଭାଇରସ ସମସ୍ତ ଦେହରେ ବ୍ୟାପିପାରେ । ତେଣୁ ଆମକୁ ସଜାଗ ରହିବାକୁ ହେବ ବୋଲି ସେ କହିଛନ୍ତି ।

 

View this post on Instagram

 

@cmomaharashtra_ @My_bmc @adityathackeray @rahulnarainkanal

A post shared by Salman Khan (@beingsalmankhan) on

ସଲମାନ ଆହୁରି କହିଛନ୍ତି ଯେ, ଜନତା କର୍ଫୁୃ୍ୟ ଏକ ସାଧାରଣ ଛୁଟି ନୁହେଁ । ଏହାକୁ ଗମ୍ଭୀରତାର ସହ ନେବାକୁ ସେ ଫ୍ୟାନ୍ସ ମାନଙ୍କୁ ନିବେଦନ କରିଛନ୍ତି । ମାସ୍କ ପିନ୍ଧି ନିଜକୁ ରକ୍ଷା କର ଓ ପରିସ୍କାର ରୁହ । ଶହ ଶହ ଜୀବନ ବଂଚାଇବାକୁ ସାହାଯ୍ୟ କର ବୋଲି ସଲମାନ ଭିଡିଓ ମାଧ୍ୟମରେ ଅପିଲ କରିଛନ୍ତି । ସଲମାନଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Leave A Reply

Your email address will not be published.