କଟକ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳିତ ହେଉଛି । ଜରୁରୀ ସେବାଗୁଡିକୁ ଛାଡି ସବୁକିଛି ବନ୍ଦ ରହିଛି । ବିଦେଶ ଫେରନ୍ତାଙ୍କୁ ୧୪ ଦିନ ପାଇଁ ହୋମ କ୍ୱାରେନ୍ଟାଇନ୍ରେ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ନିୟମକୁ ଉଲଂଘନ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । କମିଶନରେଟ ପୋଲିସ ପକ୍ଷରୁ ତାଙ୍କ ନାଁରେ ପୁରୀ ଘାଟ ଥାନାରେ ମାମଲା ରୁଜୁ ହୋଇଛି ।
We have registered a criminal case under Puri Ghat PS in Cuttack against an individual for violating home quarantine norms.
Those asked to stay in home quarantine must strictly remain in isolation or be prepared for serious consequences. @DCP_CUTTACK @dcpbbsr— Dr Sudhanshu Sarangi (@SarangiSudhansu) March 22, 2020
ବ୍ୟକ୍ତି ଜଣଙ୍କ ନିକଟରେ ବିଦେଶରୁ ଫେରି ହୋମ କ୍ୱାରେନଟାଇନ୍ରେ ନରହି ସାଧାରଣ ଲୋକଙ୍କ ଭଳି ବାହାରେ ଚଲାବୁଲା କରୁଥିଲେ । ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ତାଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । ଏନେଇ ଟ୍ୱିଟ୍ କରି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ବିଦେଶ ଫେରନ୍ତା ବ୍ୟକ୍ତି ହୋମ୍ କ୍ୱାରେନ୍ଟାଇନରେ ବା ଘରେ ଆଇସୋଲେସନରେ ରହିବାକୁ ବାଧ୍ୟ । ଯେଉଁମାନେ ଏହି ନିୟମ ଉଲଂଘନ କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।
Comments are closed.