ମୁମ୍ବାଇ: ଅଣାୟତ ହେଉଛି କରୋନା ଭାଇରସ । ଦେଶରେ କରୋନାଭାଇରସକୁ ନେଇ ସ୍ଥିତି ଗମ୍ଭୀର ହେବାକୁ ଲାଗିଛି। ପ୍ରଥମ ଥର ପାଇଁ କରୋନା ପ୍ରଭାବରେ ଦେଶରେ ଗୋଟିଏ ଦିନରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ମାର୍ଚ୍ଚ ୨୨ ରବିବାର ଦିନ କରୋନାଭାଇରସ୍ ସଂକ୍ରମଣରେ ଗୁଜୁରାଟ ରେ ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ସୁରଟରେ ୬୭ ବର୍ଷିୟ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ଭାରତର ମୃତ୍ୟୁ ସଂଖ୍ୟା ୭କୁ ପହଞ୍ଚିଛି ବୋଲି ପିଟିଆଇ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
ଏହାପୂର୍ବରୁ ମହାରାଷ୍ଟ୍ର ଏବଂ ବିହାରରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଶନିବାର ରାତିରେ ମୁମ୍ବାଇରେ ଜଣେ ୬୩ ବର୍ଷୀୟ ରୋଗୀର ମୃତ୍ୟୁ ଘଟିଛି। ତାଙ୍କର ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଜନିତ ସମସ୍ୟା ରହିଥିଲା।
ଏହାର ପ୍ରଭାବରେ ଗତକାଲି ରାତି (ଶନିବାର) ରେ ମଧ୍ୟ ବିହାର ପାଟନାର ଜଣେ ୩୮ ବର୍ଷିୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।
ସମଗ୍ର ବିଶ୍ୱରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ରେ ପହଞ୍ଚିଛି, ଏପରିକି ରବିବାର ଦିନ ଭାରତରେ ଏହି ସଂଖ୍ୟା ୩୪୧ କୁ ବୃଦ୍ଧି ପାଇଛି।
କୋଭିଡ-୧୯ ର ପ୍ରସାରକୁ ରୋକିବା ପାଇଁ ରବିବାର ଦିନ ସକାଳ ୭ ଟାରୁ ୯ ଟା ପର୍ଯ୍ୟନ୍ତ ଏକ ‘ଜନତା କର୍ଫ୍ୟୁ’ ପାଳନ କରାଯାଉଛି।