Latest Odisha News

BREAKING NEWS

ରୋମରୁ ଭାରତୀୟଙ୍କୁ ଉଦ୍ଧାର କରିଥିବା ଏୟାର ଇଣ୍ଡିଆ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଇଟାଲୀର ରୋମରେ ଫସିଥିବା ୨୬୩ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେମାନେ ସୁରକ୍ଷିତ ଭାବେ ରବିବାର ସକାଳେ ସ୍ୱଦେଶ ଫେରିଛନ୍ତି । ତେବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏୟାର ଇଣ୍ଡିଆ ବିମାନର ସଦସ୍ୟଙ୍କୁ କରୋନା ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

BjdElectrycity

ଆଜି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ୨୬୩ଜଣ ଭାରତୀୟଙ୍କୁ ଧରି ସ୍ୱଦେଶ ଫେରିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କୁ ଇଣ୍ଡୋ-ତିବତୀୟ ସୀମାରେ ଥିବା ଛାୱଲା କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯାଇଛି । କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଇବା ପୂର୍ବରୁ ଦିଲ୍ଲୀ ବିମାନ ବନ୍ଦରରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି ।

ଏମାନେ ହେଉଛନ୍ତି ଇଟାଲୀରୁ ଉଦ୍ଧାର ହୋଇଥିବା ଦ୍ୱିତୀୟ ବ୍ୟାଚ ଭାରତୀୟ । ପୂର୍ବରୁ ପ୍ରଥମ ବ୍ୟାଚରେ ୨୧୮ଜଣ ଭାରତୀୟଙ୍କୁ ଇଟାଲୀର ମିଲାନ ସହରରୁୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.