Latest Odisha News

BREAKING NEWS

କରୋନା ସଚେତନତା: ବ୍ରହ୍ମପୁରରେ ରାସ୍ତାରେ ଲେଖାଯାଇଛି ବାର୍ତ୍ତା

ବ୍ରହ୍ମପୁର : କୋଭିଡ୧୯ ଭୟବହତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସଚେତନ କରିବାକୁ ଉଦ୍ୟମ ହେଉଛି । ତେବେ ରେଶମ ସହର ବ୍ରହ୍ମପୁରରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ଉପରେ ଚିତ୍ର କରି କରୋନା ସଚେତନତାର ବାର୍ତ୍ତା ଦିଆଯାଉଛି ।


ସହରର ଗେଟ୍ ବଜାର ଛକ, କମାପଲ୍ଲୀ ଛକ ପରି ପ୍ରମୁଖ ଛକର ରାସ୍ତାରେ ଏପରି ଚିତ୍ର ସହ ବାର୍ତ୍ତା ଲେଖାଯାଇଛି । ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ସାମାଜିକ ଦୂରତ୍ୱ ରଖିବା ଓ ବାରମ୍ବାର ହାତକୁ ପରିଷ୍କାର କରିବା ଭଳି ବାର୍ତ୍ତା ରହିଛି ।

ରାସ୍ତାରେ ଏହି ପେଣ୍ଟିଂ କରିବା ପାଇଁ ସହଯୋଗ କରିଛି ଗଂଜାମ ଜିଲ୍ଲା ଚିତ୍ରକର ସଂଘ । ସଂଘର ୨୫ରୁ ଅଧିକ କଳାକାର ଏଥିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.