Latest Odisha News

BREAKING NEWS

ରାଜଧାନୀ ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ, ମାଗଣାରେ ବୁଷ୍ଟର ଡୋଜ ଦେବ ଆପ୍ ସରକାର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବା ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ୩୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ତେଣୁ କରୋନାର ଏକ ନୂଆ ଲହର ଆସିପାରେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଚିନ୍ତାପ୍ରକଟ କରିବା ସହ ଏ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଶୁକ୍ରବାର ସେ ଘୋଷଣା କରିଛନ୍ତି ଯେ ଦିଲ୍ଲୀ ସରକାରୀ ଡାକ୍ତରଖାନାରେ ମାଗଣାରେ ବୁଷ୍ଟର ଡୋଜ ଉପଲବ୍ଧ ହେବ।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବିବୃତ୍ତିରେ କହିଛନ୍ତି ଯେ ସେହି ସମସ୍ତ ଲୋକ ଯେଉଁମାନେ ବର୍ତ୍ତମାନ ପର୍ୟ୍ୟନ୍ତ ଟିକା ନେଇ ନାହାନ୍ତି କିମ୍ବା କେବଳ ପ୍ରଥମ ଡୋଜ ନେଇ ନାହାନ୍ତି, ସେମାନେ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଶୀଘ୍ର ସେମାନଙ୍କର ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ଉଚିତ।

ଗତ କିଛି ଦିନ ହେବ ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଛି । ସଂକ୍ରମଣ ଆହୁରି ବ୍ୟାପିପାରେ ବୋଲି ଭାବି ସରକାରୀ ଡାକ୍ତରଖାନାରେ ମାଗଣା ବୁଷ୍ଟର ଡୋଜ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ୩୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ ଗୁରୁବାର ୩୨୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ କରୋନା ପଜିଟିଭିଟି ହାର ସପ୍ତାହକରେ ୦.୫% ରୁ ୨.୭% କୁ ବୃଦ୍ଧି ପାଇଛି। ତେବେ ଡାକ୍ତରମାନେ କହିଛନ୍ତି ଯେ ଏହାକୁ ନେଇ ସେମିତି ଭୟ କରିବାର ଆବଶ୍ୟକ ନାହିଁ। କିନ୍ତୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ନିୟମାବଳୀ ଅନୁସରଣ କରିବା ଆବଶ୍ୟକ।

Leave A Reply

Your email address will not be published.