Latest Odisha News

BREAKING NEWS

ରାଜ୍ୟରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ପରେ କର କ୍ଲିନିକ ଯିବା ଉପରେ କଟକଣା ଜାରି

ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ତାଙ୍କ ସମ୍ପର୍କରେ ଆସିଥିବାରୁ ଭୁବନେଶ୍ୱରର କର କ୍ଲିନିକର ଆଉଟ୍ -ପେସେଣ୍ଟ ଓ ଇନ-ପେସେଣ୍ଟ ଚିକିତ୍ସା ପାଇଁ ନ ଯିବାକୁ ସ୍ୱାସ୍ଥ୍ୟବିଭାଗ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ଏଥି ସହିତ ସରକାରଙ୍କ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶାବଳୀ ଦିଆଯାଇଥିଲେ ମଧ୍ୟ କେତେକ ଘରୋଇ ହସ୍ପିଟାଲ ଓ କ୍ଲିନିକ କୋଭିଡ-୧୯ ନିର୍ଦ୍ଦେଶାବଳୀର ପାଳନ କରୁ ନ ଥିବା ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ କୁହାଯାଇଛି । ସେମାନଙ୍କୁ ଦାୟିତ୍ୱ ସମ୍ପନ୍ନ ଭାବେ କାର୍ଯ୍ୟ କରି ଏବଂ ସମସ୍ତ ନିୟମାବଳୀ ପାଳନ କରି ଫ୍ଲୁ ଭଳି ଲକ୍ଷଣ ରହିଥିବା ରୋଗୀଙ୍କର ଚିକିତ୍ସା କରିବାକୁ ସରକାର କହିଛନ୍ତି । ଏଥି ସହିତ ନିୟମାବଳୀର ଅବମାନନାକୁ ଗମ୍ଭୀରତାର ସହ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଚେତାବନୀ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରର ଜଣେ ୬୦ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଓଡିଶାରେ ଏପର୍ଯ୍ୟନ୍ତ ମୋଟ ତିନି ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇସାରିଲେଣି ।

Leave A Reply

Your email address will not be published.