Latest Odisha News

କରୋନା ମୁକାବିଲା: ଟାଟାର ବଜେଟ୍ ୧୫୦୦କୋଟି !

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଏକଜୁଟ୍ ହୋଇଛି ସମଗ୍ର ଦେଶ । କ୍ରିକେଟର ଓ ସେଲିବ୍ରିଟିଙ୍କ ସହ ଆଗେଇ ଆସିଛି ଟାଟା କମ୍ପାନୀ । କରୋନା ମହାମାରୀ ବିରୋଧରେ ବିନିଯୋଗ କରିଛି ୧୫୦୦କୋଟି ଭଳି ମୋଟା ଅଙ୍କର ଅର୍ଥରାଶି ।

କରୋନା ବିରୋଧରେ ମୁକାବିଲା କରିବ ଟାଟା କମ୍ପାନୀ । ଶନିବାର ଟାଟା ଟ୍ରଷ୍ଟରେ ୫୦୦ କୋଟି ଟଙ୍କା ବିନିଯୋଗ ଓ ଟାଟା ସନ୍ସ କରୋନା ରିଲିଫ ଫଣ୍ଡକୁ ଦେଇଛି ହଜାରେ କୋଟି ଟଙ୍କା ।

ବ୍ୟକ୍ତିଗତ ସୁରକ୍ଷା ସଂରଜାମ, ଟେଷ୍ଟିଂ କିଟ୍‌, ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ବାବଦରେ ବିନିଯୋଗ ହେବ ଟାଟା ଟ୍ରଷ୍ଟ ର ୫୦୦ କୋଟି ଟଙ୍କା ।

ସେହିଭଳି ଟାଟା ସନ୍ସ ତରଫରୁ ହଜାରେ କୋଟି ଟଙ୍କାକୁ କରୋନା ମହାମାରୀ ବିରୋଧୀ ସହାୟତାରେ ବିନିଯୋଗ କରାଯିବ ।

ସମସ୍ତ ଅର୍ଥ ସ୍ଥାନୀୟ ତଥା ଗ୍ଲୋବାଲ ପାର୍ଟନର ଓ ଭାରତ ସରକାରଙ୍କ ସହ ମିଳିତ ଭାବେ ବିନିଯୋଗ କରିବା ଉଦ୍ଦେଶ୍ୟରେ ଟାଟା ପ୍ରସ୍ତାବ ରଖିବ ।

Leave A Reply

Your email address will not be published.