Latest Odisha News

BREAKING NEWS

କୋଭିଡ-୧୯: ଘୁଞ୍ଚିଲା ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା; ଏପ୍ରିଲ ୧୪ ଯାଏଁ ବନ୍ଦ

ନୂଆଦିଲ୍ଲୀ: ଭାରତରେ ଅନ୍ତର୍ଜାତୀୟ ବିମାନ ଅବତରଣ ଉପରେ ଥିବା କଟକଣା ଘୁଞ୍ଚିଲା । ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏହାକୁ ବଢ଼ାଯାଇ ଏପ୍ରିଲ ୧୪ ଯାଏଁ କରାଯାଇଛି । ସମସ୍ତ ଅନ୍ତର୍ଜାତୀୟ ବିମାନ ସେବାକୁ ଏପ୍ରିଲ ୧୪, ୨୦୨୦ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି ଗୁରୁବାର ଦିନ ଡିଜିସିଏ(ବିମାନ ଚଳାଚଳ ମହାନିର୍ଦ୍ଦେଶକ)କହିଛନ୍ତି ।

କିନ୍ତୁ ଏହି କଟକଣା ଅନ୍ତର୍ଜାତୀୟ କାର୍ଗୋ ବିମାନ ଉପରେ ଲାଗୁ ହେବନି ବୋଲି ଡିଜିସିଏ କହିଛନ୍ତି । ଏହାର ଅର୍ଥ ଅନ୍ତର୍ଜାତୀୟ ବାରିଜ୍ୟିକ ଯାତ୍ରୀବାହୀ ବିମାନ ଏପ୍ରିଲ ୧୫ ତାରିଖ ରାତି ୧୨ ଟାରୁ ଚାଲିବ । ପୂର୍ବରୁ ଡିଜିସିଏ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନକୁ ମାର୍ଚ୍ଚ ୨୯ ଯାଏଁ ଏବଂ ଘରୋଇ ବିମାନ ଗୁଡିକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.