Latest Odisha News

ଗଣତନ୍ତ୍ର ଦିବସ ସମାରୋହରେ କରୋନା ପ୍ରଭାବ; ଏଥର ବି ମୁଖ୍ୟ ଅତିଥିଙ୍କ ବିନା ଅନୁଷ୍ଠିତ ହେବ ପରେଡ୍‌

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ ୨୬ ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଦେଖିବାକୁ ମିଳିବ। ଗତ ବର୍ଷ ଭଳି ଏହି ବର୍ଷ ଏଥର ମଧ୍ୟ ମୁଖ୍ୟ ଅତିଥି ଭାବେ କୌଣସି ବିଦେଶୀ ନେତା ରାଜପଥରେ ଆୟୋଜିତ ପ୍ୟାରେଡ୍‌ରେ ଯୋଗ ଦେଇପାରିବେ ନାହିଁ।

ରିପୋର୍ଟ ଅନୁଯାୟୀ ଭାରତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ୫ଟି ମଧ୍ୟ ଏସିଆ ଦେଶ (କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ)ର ନେତାଙ୍କୁ କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲା। ତେବେ ଏ ବାବଦରେ କୌଣସି ଦେଶ ଦ୍ୱାରା ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

Comments are closed.