Latest Odisha News

BREAKING NEWS

ଦେଶରେ ପୁଣି ଅଢ଼େଇ ଲକ୍ଷ ପାର କଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦୁଇ ଦିନ କମିବା ପରେ ଦେଶରେ ପୁଣ ବଢ଼ିଛି ଦୈନିକ କରୋନା କେସ୍ । ଗତକାଲି ଅଢ଼େଇ ଲକ୍ଷ ତଳେ ରହିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ ତିନି ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ହଜାର ୯୭୦ ଆକ୍ରାନ୍ତ । ଗତକାଲି ଅପେକ୍ଷା ୪୪ହଜାର ୮୮୯ ନୂଆ ସଂକ୍ରମିତ ବାହାରିଛନ୍ତି । ୧୮.୯ ପ୍ରତିଶତ ବଢ଼ିଛି ନୂଆ କେସ୍ ।

ସଂକ୍ରମଣ ସହ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ବି ବଢ଼ିଛି । ୨୪ ଘଣ୍ଟାରେ କରୋନା ନେଇଛି ଆଉ ୪୪୧ ଜୀବନ । ଗତକାଲି ମୃତ୍ୟୁସଂଖ୍ୟା ଥିଲା ୩୧୦ । ସଂକ୍ରମଣ ବଢୁଥିଲେ ବି ହସ୍ପିଟାଲାଇଜେସନ୍ କମ୍ ରହିଛି । ସୁସ୍ଥ ସଂଖ୍ୟା ବି ବଢୁଛି । ୨୪ ଘଣ୍ଟାରେ ଆଉ ଲକ୍ଷେ ୮୮ ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ ପଜିଟିଭ୍ ହାର ରହିଛି ୧୫.୧୩ ପ୍ରତିଶତ । ଏବେ ଦେଶରେ ୧୮ଲକ୍ଷ ୩୧ହଜାର କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ସେହିପରି ବଢୁଛି ଓମିକ୍ରନ୍ କେସ୍ । ଏଯାଏ ଦେଶରୁ ୮ହଜାର ୯୬୧ ନୂଆ ଭାରିଆଣ୍ଟ କେସ୍ ଚିହ୍ନଟ ହୋଇଛି । ଗତକାଲି ଅପେକ୍ଷା ଓମିକ୍ରନ୍ କେସ୍ ୦.୭୯ ପ୍ରତିଶତ ବଢ଼ିଛି ।

Comments are closed, but trackbacks and pingbacks are open.