କଟକ: ଲୋକଙ୍କୁ ଘାରିଛି କରୋନା ଭୟ । କୋଭିଡ ପଜିଟିଭ ମୃତଦେହ ପୋଡିବାକୁ ବିରୋଧ କଲେ ଲୋକେ । ଏଭଳି ଘଟଣା ଘଟିଛି କଟକ କାଳିଆ ବୋଦା ଶ୍ମଶାନରେ । ଶିଖରପୁର ନଦୀ କୂଳ ସାହି ବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଇଛି। ଶ୍ମଶାନ ଗଡା ନିକଟରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି।
ଗତ କିଛି ଦିନ ହେବ ସ୍ମଶାନ ରେ ଶବ ପୋଡା ଯିବା ନେଇ ସ୍ଥାନୀୟ ଲୋକ ବିରୋଧ କରିଆସୁଥିଲେ। ମହାନଗର ନିଗମ ସଠିକ ଭାବେ ଶବ ଦାହ କରୁନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଥିଲେ।କଟକ ମହାନଗର ନିଗମ ଏଦିଗ ପ୍ରତି ଦୃଷ୍ଟି ନ ଦେବାରୁ ଆଜି ଶିଖରପୁର ସାହି ବାସିନ୍ଦା ରାସ୍ତାକୁ ଓଲ୍ହାଇ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳେ ପୋଲିସ ଏବଂ ନିଗମ କର୍ତ୍ତୃପକ୍ଷ ପହଂଚି ସମାଧାନ କରିବାପରେ ଲୋକେ ଧାରଣାରୁ ହଟିଥିଲେ।
କରୋନା ଭୟରେ ଶବ ସତ୍କାରକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକ। କେବଳ କଟକ ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
Comments are closed.