Latest Odisha News

ଚିଲିକା ଦୋଳ ଉତ୍ସବ ନେଇ ଜାରି ହେଲା ଗାଇଡଲାଇନ

ଚିଲିକା : ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଏହାକୁ କିପରି ରୋକିହେବ ସେନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଏହି କ୍ରମରେ ଚିଲିକା ଦୋଳ ଉତ୍ସବ ପାଇଁ ଲାଗୁ ହୋଇଛି ଗାଇଡଲାଇନ୍ । ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଓ ବଉଳାବନ୍ଧ ଏଗାରଦୋଳ ଉତ୍ସବ ପାଳନ ପାଇଁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି ।

ଚିଲିକା ଦୋଳ ଉତ୍ସବରେ ବିମାନକୁ ସୀମିତ ସଂଖ୍ୟକ ସେବାୟତ କମିଟି ଦ୍ବାରା ନିର୍ଦ୍ଧାରିତ କରାଯାଇଛି । ପଡ଼ିଆରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ, ମାସ୍କ ଓ ସାନିଟାଇଜେସନକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସେହିପରି ଏଥର ଦୋଳ ଉତ୍ସବରେ ଦୋକାନ ବଜାର ପଡ଼ିବ ନାହିଁ । ବିମାନ ସହ ଆସିବାକୁ ଥିବା ୪୫ ବର୍ଷରୁ ଉର୍ଦ୍ଧ୍ବ ସେବାୟତଙ୍କୁ ଟିକା ଦିଆଯିବ । କରୋନା ସଂକ୍ରମଣକୁ ରୋକିବା ପାଇଁ ଚିଲିକା ବିଡ଼ିଓଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି ।

Leave A Reply

Your email address will not be published.