ଭୁବନେଶ୍ୱର: ମାଗଣାରେ ଚିକିତ୍ସ ପାଇବେ କରୋନା ସଂକ୍ରମିତ ବ୍ୟକ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା, ଖାଇବା ଓ ରହିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।
କରୋନା ମୁକାବିଲା ପାଇଁ ରାଜ୍ୟରେ ଜରୁରୀକାଳୀନ ଭିତ୍ତିରେ କୋଭିଡ-୧୯ ହସ୍ପିଟାଲ ତିଆରି ଚାଲିଛି । ହସ୍ପିଟାଲ ନିର୍ମାଣ କାମ ଶେଷ କରିବାରେ ବିଭିନ୍ନ ବେସରକାରୀ ସଂସ୍ଥାଙ୍କ ସହ ରାଜ୍ୟ ସରକାର ଚୁକ୍ତି କରିଛନ୍ତି । ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଟଙ୍କାପଇସା ପାଇଁ ଚିନ୍ତିତ ହୁଅନ୍ତୁ ନାହିଁ । ଦୃଢ଼ ମନୋବଳ ସହ କରୋନା ମୁକାବିଲା କରନ୍ତୁ । ସରକାର ସମସ୍ତ ସେବା ଆକ୍ରାନ୍ତଙ୍କୁ ବିନା ଶୁଳ୍କରେ ଉପଲବ୍ଧ କରାଇବେ ବୋଲି ବାଗଚୀ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ସରକାରଙ୍କ ଲକଡାଉନ ନିମୟକୁ ବର୍ତ୍ତମାନ ରାଜ୍ୟରେ ୯୦ ପ୍ରତିଶତ ଲୋକ ପାଳନ କରୁଛନ୍ତି । ହେଲେ ଦୁର୍ଭାଗ୍ୟବଶତଃ ୧୦ ପ୍ରତିଶତ ଲୋକ ଘଟଣାର ଗୁରୁତ୍ୱ ବୁଝୁ ନାହାନ୍ତି । ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।
BREAKING NEWS
- Weather Updat: ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର
- ଡିସେମ୍ବର ୬ରୁ ରାଜ୍ୟ ପୁସ୍ତକ ମହୋତ୍ସବ; ନିର୍ମାଣ ହେବ ୫୫୦ଟି ଷ୍ଟଲ, ଭାଗନେବେ ପ୍ରାୟ…
- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଗିରଫ
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
Comments are closed.