Latest Odisha News

BREAKING NEWS

କରୋନା ମୁକାବିଲା; ୩ ହଜାର କଳାକାରଙ୍କୁ ଆର୍ଥିକ ସହାୟତା ଦେବ IPRS !

ମୁମ୍ବାଇ: ଇଣ୍ଡିଆନ୍ ପରଫର୍ମିଂ ରାଇଟ୍ ସୋସାଇଟି (IPRS), ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୩ ହଜାର କଳାକାରଙ୍କୁ ଆର୍ଥିକ ସହାୟତା ଦେବ । ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ହେବା ପରଠୁ ହଜାରହଜାର କଳାକାର ବିନା କାମ ଓ ପଇସାରେ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛନ୍ତି ।

ସାରା ଦେଶରେ ଥିବା ୩ ହଜାର୧୫୦ଜଣ ମ୍ୟୁଜିକ୍ କମ୍ପୋଜର୍ ଓ ସଦସ୍ୟଙ୍କୁ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ଖର୍ଚ୍ଚ ପାଇଁ IPRS ଆର୍ଥିକ ସହାୟତା ଦେବ ।

ନିକଟରେ ସବାନା ଆଜ୍‌ମୀ ଜାଭେଦ୍‌ଙ୍କ ଘୋଷଣାକୁ ଟୁଇଟ୍ କରିଥିଲେ । ଏହି ଭିଡିଓରେ IPRS ମୁଖ୍ୟ ଜାଭେଦ ଆଖତର କହିଥିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୧ଦିନିଆ ଲକ୍‌-ଡାଉନ୍‌କୁ ଆମେ ସମର୍ଥନ କରୁଛୁ । ପାରୁପର୍ଯ୍ୟନ୍ତ IPRS ନିଜ ସଦସ୍ୟଙ୍କୁ ସହାୟତା ଦେବ”

ସଦସ୍ୟମାନଙ୍କୁ କେତେ ଟଙ୍କା ଲେଖାଏଁ ମିଳିବ ତାହା ଜାଭେଦ ସ୍ପଷ୍ଟ କରିନାହାନ୍ତି । ହେଲେ ଅନୁସନ୍ଧାନ କ୍ରମେ ସଦସ୍ୟଙ୍କ ପାଖରେ ଅର୍ଥ ପହଂଚାଇବାର କାମ ଆରମ୍ଭ ହୋଇସାରିଛି ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.