ବାରିପଦା: ଲକ୍-ଡାଉନକୁ ନେଇ ପୋଲିସର କଡା ତାଗିଦର ପରିଣାମ ସ୍ୱରୂପ ବନ୍ଦ ରହିଛି ବାରିପଦା ସହରର ସମସ୍ତ ପରିବା ହାଟ ।
ମିଳିଥିବା ସୂଚନା ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନରେ ଖିଲାଫି ଯୋଗୁଁ ଶୁକ୍ରବାର ବାରପଦା କୋର୍ଟ ପାଖରୁ କିଛି ପରିବା ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା ।
ଲକ୍-ଡାଉନକୁ ନେଇ ପୋଲିସର ଅତ୍ୟଧିକ କଡା ସ୍ୱଭାବକୁ ପ୍ରତିବାଦ କରି ଶୁକ୍ରବାର ସଂଧ୍ୟା ବେଳୁ ବାରିପଦା ସହରର ସମସ୍ତ ପରିବା ବ୍ୟବସାୟୀ ଦୋକାନ ବନ୍ଦ ରଖିଛନ୍ତି ।
ସହରର ପରିବା ଦୋକାନୀଙ୍କ ଏଭଳି ପଦକ୍ଷପ ପରେ ଆଜି ସକାଳୁ ସେମାନଙ୍କ ସହ ଆଲୋଚନା କରିଥିଲା ବାରିପଦା ପୋଲିସ । ହେଲେ ଏ ପର୍ଯ୍ୟନ୍ତ ସମାଧାନର କୌଣସି ସୁତ୍ର ବାହାରିପାରିନି ।
ଅନ୍ୟପଟେ ପରିବା ବ୍ୟବସାୟୀ ସଂଘ କହିଛି, ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ ହୋଇଛି ସେମାନେ ଦୋକାନ ଖୋଲିବେ ନାହିଁ ।
Comments are closed.